ETV Bharat / sports

BWF World Tour Finals: ୟାମାଗୁଚୀଙ୍କୁ ହରାଇ ଫାଇନାଲରେ ସିନ୍ଧୁ

author img

By

Published : Dec 4, 2021, 6:44 PM IST

ଜାପାନର ଆକାନେ ୟାମାଗୁଚୀଙ୍କୁ ହରାଇ BWF ୱାର୍ଲ୍ଡ ଟୁର୍‌ ଫାଇନାଲରେ ଭାରତୀୟ ଷ୍ଟାର ସର୍ଟଲର ତଥା ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ । ଅଧିକ ପଢନ୍ତୁ

BWF World Tour Finals: PV Sindhu beat Akane Yamaguchi in SF, will play An Seyoung in final
BWF World Tour Finals: ୟାମାଗୁଚୀଙ୍କୁ ହରାଇ ଫାଇନାଲରେ ସିନ୍ଧୁ

ବାଲି(ଇଣ୍ଡୋନେସିଆ): BWF ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ସ (World Tour Finals)ରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟ ଅଭିଯାନ ଜାରି । ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ ସେମିଫାଇନାଲ ମୁକାବିଲାରେ ଜାପାନର ଆକାନେ ୟାମାଗୁଚୀଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।

ମାଙ୍ଗୁପୁରା ହଲ୍‌ ୧ରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମି ମୁକାବିଲାରେ ୟାମାଗୁଚୀଙ୍କୁ ୨୧-୧୫, ୧୫-୨୧, ୨୧-୧୯ ସେଟ୍‌ରେ ହରାଇଛନ୍ତି ସିନ୍ଧୁ। ଏହି ମ୍ୟାଚ୍‌ ଏକ ଘଣ୍ଟା ୧୦ ମିନିଟ ଧରି ଖେଳାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଝାରସୁଗୁଡ଼ାରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ରବିବାର ଫାଇନାଲ ମୁକାବିଲାରେ ଦକ୍ଷିଣ କୋରିଆର ଆନ ସେୟଙ୍ଗ୍‌ଙ୍କୁ ଭେଟିବେ ସିନ୍ଧୁ । ସେୟଙ୍ଗ୍‌ ପୂର୍ବରୁ ପ୍ରଥମ ସେମିଫାଇନାଲରେ ଥାଇଲାଣ୍ଡର ପର୍ନପୱି ଚୋଚୁୟଙ୍ଗଙ୍କୁ ୨୫-୨୩, ୨୧-୧୭ ସେଟ୍‌ରେ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି ।

ସିନ୍ଧୁ ଓ ୟାମାଗୁଚୀଙ୍କ ମଧ୍ୟରେ ଏହି ମୁକାବିଲା ୨୧ତମ ଭେଟ ଥିଲା । ଏହି ବିଜୟ ପରେ ସିନ୍ଧୁ ହେଡ୍‌ ଟୁ ହେଡ୍‌ ରେକର୍ଡରେ ୧୩-୮ରେ ଆଗରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.