ନୂଆଦିଲ୍ଲୀ: ପ୍ରକାଶ ପାଇଛି BWF ମାନ୍ୟତା । ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ମାନ୍ୟତାର 6ନଂ ସ୍ଥାନକୁ ଖସିଆସିଛନ୍ତି । ଚାଇନା ଓପନ ଓ କୋରିଆ ଓପନର ରାଉଣ୍ଡ ପର୍ଯ୍ୟାୟରୁ ବିଦାୟ ସିନ୍ଧୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମାନ୍ୟତା ପ୍ରକାଶ ପାଇବା ପୂର୍ବରୁ ସିନ୍ଧୁ ବିଶ୍ବ ମାନ୍ୟତର 2ୟ ସ୍ଥାନରେ ରହିଥିଲେ । ତେବେ ସିନ୍ଧୁ ଡେନମାର୍କ ଓପନ ଓ ଫ୍ରେଞ୍ଚ ଓପନରେ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଅନ୍ୟତମ ସଟଲର ପାରୁପଲ୍ଲୀ କଶ୍ୟପଙ୍କୁ ଶ୍ରେଷ୍ଠ 25 ସ୍ଥାନ ମଧ୍ୟରେ ସ୍ଥାନ ମିଳିଛି । କୋରିଆ ଓପନ ସୁପର 500 ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଥିଲେ ।
ସାଇନା ନେହ୍ବାଲ ପୂର୍ବର 8ନଂ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟ ଭାରତୀୟ ସଟଲରଙ୍କ ମଧ୍ୟରେ କିଦାମ୍ବି ଶ୍ରୀକାନ୍ତ ସାଇପ୍ରଣୀତ, ସମୀର ବର୍ମା ନିଜ ପୂର୍ବର ମାନ୍ୟତାର ଉପରକୁ ଉଠିଛନ୍ତି । ବିଶ୍ବ ମାନ୍ୟତାର ଯଥାକ୍ରମେ 9, 12 ଓ 17ତମ ସ୍ଥାନରେ ରହିଛନ୍ତି ।
ଥାଇଲାଣ୍ଡ ଓପନ ବିଜେତା ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ପୁରୁଷ ଡବଲ୍ସର 12ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ଅଶ୍ବିନି ପୋନାପ୍ପା ଓ ଏନ ସିକି ରେଡ୍ଡି 19ତମ ସ୍ଥାନରେ ରହିଛନ୍ତି ।