ETV Bharat / sports

ବଢିଲା ବ୍ୟାଡମିଣ୍ଟନ ଅଲମ୍ପିକ ଯୋଗ୍ୟତା ଅର୍ଜନ ଅବଧି - ଅଲମ୍ପିକ ଯୋଗ୍ୟତା ଅର୍ଜନର ଅବଧି

ବ୍ୟାଡମିଣ୍ଟନ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନର ଅବଧି 15 ଜୁନ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

BADMINTON OLYMPIC QUALIFICATION PERIOD EXTENDED TILL JUNE 15
ବଢିଲା ବ୍ୟାଡମିଣ୍ଟନ ଅଲମ୍ପିକ ଯୋଗ୍ୟତା ଅର୍ଜନ ଅବଧି
author img

By

Published : Feb 19, 2021, 3:28 PM IST

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ର ବଡ ଘୋଷଣା । ଅଲମ୍ପିକ ଯୋଗ୍ୟତା ଅର୍ଜନର ଅବଧି 15 ଜୁନ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମାଲେସିଆନ ଓପନର ସୁପର 750 ଓ ସିଙ୍ଗାପୁର ଓପନ ସୁପର 500 ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦୁଇ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ ସୂଚୀରେ ରଖାଯାଇଥିଲା । ପୂର୍ବରୁ BWF ଅଲମ୍ପିକ ଯୋଗ୍ୟତା ଅର୍ଜନ ସମୟ ସୀମା 11 ମଇରୁ 16 ମଇ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ଓପନ ସହ ଶେଷ ହେବାନେଇ ସୂଚୀ ରହିଥିଲା ।

ମାତ୍ର BWF ପକ୍ଷରୁ ଘୋଷଣାନାମାରେ କୁହାଯାଇଛି, "ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ଅବଧି 1 ଜୁନ, 2021ରେ ଶେଷ ହେବ । ଯୋଗ୍ୟତା ଅର୍ଜନର ଶେଷ ଟୁର୍ଣ୍ଣାମେଣ୍ଟ ଭାବେ ସିଙ୍ଗାପୁର ଓପନକୁ ରଖାଯାଇଛି । BWF ଟୋକିଓ 2020 ଯୋଗ୍ୟତା ପ୍ରଣାଳୀ ଅପଡେଟ୍‌ କରିବାକୁ ଆଇଓସି ସହ କାର୍ଯ୍ୟ ଜାରି ରହିଛି ।"

କୋଭିଡ-19 ମହାମାରୀ କାରଣରୁ 24 ଜୁଲାଇରୁ 9 ଅଗଷ୍ଟ 2020ପର୍ଯ୍ୟନ୍ତ ହେବାକୁ ଥିବା ଅଲମ୍ପିକ ଖେଳ ସ୍ଥଗିତ ହୋଇଛି । ଏହି ମେଗା ପ୍ରତିଯୋଗୀତାର ଆୟୋଜନ ଚଳିତ ବର୍ଷ ଜୁଲାଇ 23ରୁ 8 ଅଗଷ୍ଟ ଯାଏଁ ଟୋକିଓରେ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.