ଚେନ୍ନାଇ: ତାମିଲନାଡୁର ରାମନାଥପୁରମରେ ରହୁଥିବା ଜଣେ 70 ବର୍ଷୀୟ ବୃଦ୍ଧ ପହଁଞ୍ଚିଥିଲେ ଜିଲ୍ଲାପାଳଙ୍କ ପାଖରେ ଆଉ କରିଥିଲେ ଏକ ଅଜବ ଇଚ୍ଛା ପ୍ରକଟ । ଜିଲ୍ଲାପାଳଙ୍କୁ ଯାଇ କହିଥିଲେ ସେ ଷ୍ଟାର ସଟଲର ପିଭି ସିନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତେବେ ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ଜିଲ୍ଲାପାଲ ବିବାହ ଆୟୋଜନ ନକରାନ୍ତି ତେବେ ସେ ସିନ୍ଧୁଙ୍କୁ ଅପହରଣ କରି ତାଙ୍କ ସହ ବିବାହ କରିବେ ।
ଏହି ଘଟଣା ଥିଲା ସାପ୍ତାହିକ ଜନଶୁଣାଣି ସମୟର । ଯେଉଁଥିରେ ଜିଲ୍ଲାପାଳ ନିଜ କାର୍ଯ୍ୟାଲୟରେ ଲୋକଙ୍କ ଅଭିଯୋଗର ଶୁଣାଣି କରିଥାନ୍ତି । ଏହି ସମୟରେ 70 ବର୍ଷୀୟ ମଲୟସାମି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ଅଭିଯୋଗ ନେଇ ପହଁଞ୍ଚିଥିଲେ । ନିଜ ଫଟୋ ସହ ସିନ୍ଧୁଙ୍କ ଫଟୋ ଦେଇ ସେ ଏପରି ଅଜବ ଆବେଦନ କରିଥିଲେ ।
ଭାଇରାଲ ହୋଇଥିବା ଏକ ଭିଡିଓରେ ବୃଦ୍ଧ ଜଣଙ୍କ କହିଛନ୍ତି ଯେ, ‘ମୁଁ କେନ୍ଦ୍ର ସରକାର, ମୁଁ ହିଁ ରାଜ୍ୟ ସରକାର, ମୁଁ ଉଚ୍ଚ ନ୍ୟାୟାଳୟର ବିଚାରପତି । ମୁଁ ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତି ।’ ତେବେ ଆଶ୍ଚର୍ଯ୍ୟର କଥା ହେଲା ବୃଦ୍ଧ ଜଣକ କହିଛନ୍ତି ଯେ ସେ 2004 ଅପ୍ରେଲ 4ରେ ଜନ୍ମ ହୋଇଛନ୍ତି ତାଙ୍କୁ ମାତ୍ର 16 ବର୍ଷ ହୋଇଛି । ତେଣୁ ସେ ସିନ୍ଧୁଙ୍କୁ ବିବାହ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ