ETV Bharat / sports

4ର୍ଥ ସ୍ଥାନରେ ରହି ଇରଫାନଙ୍କ 2020 ଅଲମ୍ପିକ୍ସ ଟିକେଟ ହାସଲ - ଅଲମ୍ପିକ୍ସ

ଏସିଆନ୍ ରେସ୍ ଓ୍ବାକିଙ୍ଗ୍ ଚାମ୍ପିୟନସିପରେ ଇରଫାନ 20କି.ମି ଇଭେଣ୍ଟରେ 4ର୍ଥ ସ୍ଥାନ ହାସଲ କରିଛନ୍ତି । ଏହାପରେ ସେ 2020ରେ ହେବାକୁ ଥିବା ଟୋକିଓ ଅଲମ୍ପିକ ଓ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସ୍ଥାନ ପକ୍କା କରିଛନ୍ତି।

ଡିଜାଇନ ଫଟୋ
author img

By

Published : Mar 18, 2019, 2:41 PM IST

ନୂଆଦିଲ୍ଲୀ: କେଟୀ ଇରଫାନଙ୍କ ବଡ ସଫଳତା। ରବିବାର ଜାପାନର ନୋମୀ ଠାରେ ଆୟୋଜିତ ହୋଇଥିବା ଏସିଆନ୍ ରେସ୍ ଓ୍ବାକିଙ୍ଗ୍ ଚାମ୍ପିୟନସିପରେ ଇରଫାନ 20କି.ମି ଇଭେଣ୍ଟରେ 4ର୍ଥ ସ୍ଥାନ ହାସଲ କରିଛନ୍ତି। ଏହାପରେ ସେ 2020ରେ ହେବାକୁ ଥିବା ଟୋକିଓ ଅଲମ୍ପିକରେ ନିଜର ସ୍ଥାନ ପକ୍କା କରିଛନ୍ତି। ଏଥିସହ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ମଧ୍ୟ ସେ ଯୋଗ୍ୟତା ହାସଲ କରିଛନ୍ତି।

ସୂଚନାଥାଉକି, 29ବର୍ଷୀୟ ଇରଫାନ୍ 1ଘଣ୍ଟା 20ମି. 22ସେକେଣ୍ଡରେ ଏହି 20କି.ମି ଇଭେଣ୍ଟ ସମାପ୍ତ କରିଥିଲେ। ତେବେ ଆଗାମୀ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ସମୟ ଏକ ଘଣ୍ଟା21ମିନିଟ୍ ଧାର୍ଯ୍ୟ କରାଯାଇଥିଲା। ସେହି ନିର୍ଦ୍ଧାରିତ ସମୟ ଠାରୁ କମ୍ ସମୟରେ 20କି.ମି ଇଭେଣ୍ଟ ସମାପ୍ତ କରି ଅଲମ୍ପିକ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ 1ଘଣ୍ଟା 22ମିନିଟ୍ 30ସେକେଣ୍ଡ ସମୟ ସୀମା ନିର୍ଦ୍ଧାରିତ କରାଯାଇଥିଲା। ଏହି ପ୍ରତିଯୋଗିତା ଚଳିତ ବର୍ଷ ଦୋହା ଠାରେ 27 ସେପ୍ଟମ୍ବରରୁ 6 ଅକ୍ଟୋବର ଯାଏଁ ଚାଲିବ।

ତେବେ ଇରଫାନଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ଆଥଲେଟ ଏଯାଏଁ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିନାହଁନ୍ତି। ସୂଚନାଥାଉକି, କେଟୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ 1ଘଣ୍ଟା 20ମିନିଟ୍ 21 ସେକେଣ୍ଡ ରହିଛି । ଯାହା ସେ 2012 ଅଲମ୍ପିକ୍ସରେ ଏହି ରେକର୍ଡ ନିଜ ନାଁରେ କରିଥିଲେ।

Intro:୧୬ ମାର୍ଚ୍ଚ ହେଉଛି ବିଶ୍ବ କଳା ମୋତିଆ ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲା ସ୍ତରରେ ପାଳିତ ହୋଇଛି ମହତ ଦିବସ । ଜିଲ୍ଲା ଅନ୍ଧତ୍ବ ଦୂରିକରଣ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସାଳୟରେ ଏହାର ଆୟୋଜନ ହୋଇଥିଲା ।

Body:ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଚକ୍ଷୁ ରୋଗୀ, ବିଶେଷ ଭାବରେ ଯେଉଁ ମାନେ କଳାମୋତିଆ ଦ୍ବାରା ଆକ୍ରାନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ମାଗଣାରେ ଚିକିତ୍ସା କରାଯାଇଥିଲା ।ଏଥିରେ ଅଞ୍ଚଳର ବହୁ ଚକ୍ଷୁ ରୋଗୀ ଉପକୃତ ହୋଇଥିବା ଜଣାପଡିଛି ।

Conclusion:ବାଇଟ-୧-ଡ଼ ବଲ୍ହବ ଚନ୍ଦ୍ର ପ୍ରଧାନ, ଚକ୍ଷୁ ଚିକିତ୍ସା ଅଧିକାରୀ
ବାଇଟ-୨-ସୁଦାମ ମୁନା , ଚକ୍ଷୁ ରୋଗୀ ,ବଘିଆପଡା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.