ETV Bharat / sitara

ଆପତ୍ତିଜନକ ମନ୍ତବ୍ୟ ଦେଇ ଅଭିନେତ୍ରୀ ୟୁଭିକା ଗିରଫ

author img

By

Published : Oct 19, 2021, 10:34 AM IST

ବିଗ୍ ବସ୍-୯ ପ୍ରତିଯୋଗୀ ତଥା ଅଭିନେତ୍ରୀ ୟୁଭିକା ଚୌଧୁରୀ ଗିରଫ । ୩ ଘଣ୍ଟା ଜେରା ପରେ ଅନ୍ତରୀଣ ଜାମିନରେ ଆସିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

Yuvika Chaudhary arrested for using casteist slur in video, granted interim bail
ଆପତ୍ତିଜନକ ମନ୍ତବ୍ୟ ଦେଇ ୟୁଭିକା ଗିରଫ

ଚଣ୍ଡିଗଡ: ବିଗ୍ ବସ୍-୯ ପ୍ରତିଯୋଗୀ ତଥା ଅଭିନେତ୍ରୀ ୟୁଭିକା ଚୌଧୁରୀ ଗିରଫ । ଅନୁସୂଚିତ ଜାତି ସମାଜ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ୟୁଭିକା । ତାଙ୍କୁ ହରିୟାଣାର ହାଂସୀ ପୋଲିସ ଗିରଫ କରିବା ସହ ତାଙ୍କୁ ପୋଲିସ ୩ ଘଣ୍ଟା ଜେରା ମଧ୍ୟ କରିଛି ।

ତେବେ ୟୁଭିକାଙ୍କୁ ୩ ଘଣ୍ଟା ଜେରା ପରେ ପୋଲିସ ଅନ୍ତରୀଣ ଜାମିନ ଦେଇଛି । ସୂଚନା ଅନୁଯାୟୀ, ମେ’ ୨୫ରେ ୟୁଭିକା ନିଜ ସୋସିଆଲ ମିଡିଆ ବ୍ଲଗ ଆକାଉଣ୍ଟରେ ଏକ ଭିଡିଓ ଜାରି କରିଥିଲେ । ଏଥିରେ ସେ ଅନୁସୂଚିତ ଜାତି ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଦଳିତ ଅଧିକାର କର୍ମୀ ରଜତ କଲସନ ଏସସି-ଏସଟି ଅଧିନିୟମ ଅନୁଯାୟୀ ହାଂସୀ ପୋଲିସ ଷ୍ଟେସନରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ଉଦ୍ୟମ କରି ୟୁଭିକା ପଞ୍ଜାବ-ହରିୟାଣା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ସେ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ଏବଂ ତଦନ୍ତରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସୋମବାର ୟୁଭିକା ହାଂସୀ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି । ଏହି ସମୟରେ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲା ମଧ୍ୟ ଉପସ୍ଥିତ ଥିଲେ । ହାଂସୀ ଡିଏସ୍‌ପି ବିନୋଦ ଶଙ୍କର କହିଛନ୍ତି ଯେ, ୟୁଭିକା ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ଆଗାମୀ ଦିନରେ ତାଙ୍କୁ ପୁଣି ଥରେ ପଚରାଉଚରା କରିବା ପାଇଁ ଡକାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.