ମୁମ୍ବାଇ: ଜବରଦସ୍ତ ଫ୍ଲୋରେ ଚାଲିଛି 'ବିଗବସ୍ ପନ ପନା ପନ ୧୫' । ପ୍ରତିଦିନ ଶୋ'ରେ ଦେଖିବାକୁ ମିଳୁଛି କିଛିନା କିଛି ହଟ୍କେ । ଚଳିତ ସିଜିନର ଆଜି ସପ୍ତମ ସପ୍ତାହର ଶେଷ ଦିନ । ତେବେ ଆଜି ୱିକେଣ୍ଡ୍ କା ଭର୍ 'ଏପିସୋଡରେ ଶୋ'ର ହୋଷ୍ଟ ସଲମାନ ଖାନଙ୍କ ସହ ନଜର ଆସିବେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍ (John Abraham) ଏବଂ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର (Divya Khosla Kumar) ।
ଚଳଚ୍ଚିତ୍ର 'Satyameva Jayate 2'ର ପ୍ରମୋସନ୍ ପାଇଁ ଆଜି ବିଗବସ ୧୫ରେ ନଜର ଆସିବେ ଜନ୍ ଏବଂ ଦିବ୍ୟା । ଏଥି ସହ ଫିଲ୍ମ 'Antim: The Final Truth', ନିର୍ଦ୍ଦେଶକ ମହେଶ ମଞ୍ଜରେକର, ଅଭିନେତା ଆୟୁଷ ଶର୍ମା ଏବଂ ମହିମା ମାକୱାନା ମଧ୍ୟ ନଜର ଆସିବେ । ଶୋ'ରେ କମେଡି କୁଇନ ଭାରତୀ ସିଂ ଏବଂ ହର୍ଷ ମଧ୍ୟ ପ୍ରତିଯୋଗୀଙ୍କ ସହ ଫନ କରୁଥିବାର ନଜର ଆସିବେ ।
ତେବେ ଆଗକୁ ମଧ୍ୟ ଶୋ'ରେ ବହୁତ କିଛି ନୂଆ ଦେଖିବାକୁ ମିଳିବ । ଆଗକୁ ଶୋ'ରେ ତେଜରନଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିବ । ତେଜସ୍ୱୀ ପ୍ରକାଶ ଏବଂ ବିଶାଲ କୋଟିୟାନ୍ ପରସ୍ପରର କଥା ହେଉଥିବା ବେଳେ ଏହାକୁ ନେଇ କରନ କୁନ୍ଦ୍ରା ଇମୋସନାଲ ହେବା ସହ ଚିନ୍ତିତ ମଧ୍ୟ ଥିବା ଦେଖିବାକୁ ମିଳିବ । ଏ ବିଷୟରେ ସେ ଉମର ରିଆଜଙ୍କ ସହ ଆଲୋଚନା କରୁଥିବାର ନଜର ଆସିବେ ।