ETV Bharat / sitara

ଆଦିତ୍ୟ ନାରାୟଣଙ୍କ ଭୋଜିରେ ଯୋଗଦେବେ ମୋଦି ! - udit-reveals-pm-narendra-modi-has-been-invited

ନିକଟରେ,'ଇଣ୍ଡିଆନ୍ ଆଇଡଲ୍' ହୋଷ୍ଟ ତଥା ଗାୟକ ଆଦିତ୍ୟ ନାରାୟଣ ନିଜର ବିବାହ ପ୍ରସ୍ତୁତି ବିଷୟରେ କହିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏହି ରିସେପ୍ସନରେ ଯୋଗଦେବାକୁ ଆମନ୍ତ୍ରଣ ଦିଆଯାଇଥିବା କଥା ଖୁଲାସା କରିଥିଲେ । ଅଧିକ ପଢନ୍ତୁ...

udit-reveals-pm-narendra-modi-has-been-invited-for-aditya-wedding-reception
ଆଦିତ୍ୟ ନାରାୟଣଙ୍କ ଓ୍ବେଡିଙ୍ଗ ରିସେପ୍ସନରେ ଯୋଗଦେବେ ପିଏମ ମୋଦୀ !
author img

By

Published : Nov 29, 2020, 6:31 PM IST

ନୂଆଦିଲ୍ଲୀ: ନିକଟରେ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିଜର ବିବାହ ପ୍ରସ୍ତୁତି ବିଷୟରେ କହିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏହି ରିସେପ୍ସନରେ ଯୋଗଦେବାକୁ ଆମନ୍ତ୍ରଣ ଦିଆଯାଇଥିବା କଥା ଖୁଲାସା କରିଥିଲେ ।

ଖବର ଅନୁଯାୟୀ, ଉଦିତ ନାରାୟଣ କହିଛନ୍ତି ଯେ, ବିବାହ ମନ୍ଦିରରେ ହେବ ଏବଂ ତା’ପରେ ଡିସେମ୍ବର 2 ରେ ରିସେପ୍ସନ୍ ହେବ । ଏହି ରିସେପସନ୍ ମୁମ୍ବାଇର ଏକ ଫାଇବ ଷ୍ଟାର ହୋଟେଲରେ ଅନୁଷ୍ଠିତ ହେବ । କିନ୍ତୁ ଏପର୍ଯ୍ୟନ୍ତ ଫାଇନାଲ ସ୍ଥାନ ସ୍ଥିର ହୋଇନାହିଁ ।

ରିସେପ୍ସନରେ ଯୋଗଦେଉଥିବା ଲୋକଙ୍କ ବିଷୟରେ ଉଦିତ ନାରାୟଣ କହିଛନ୍ତି ଯେ, 'ଆମେ ଏତେ ବର୍ଷ ଧରି ଏହି ଇଣ୍ଡଷ୍ଟ୍ରିର ଅଂଶ ଅଟୁ, ତେବେ ଆମେ ସେମାନଙ୍କୁ କିପରି ଡାକିବୁ ନାହିଁ? ହଁ, ଏହି ବର୍ଷ କୋରୋନା ପାଇଁ ଆମେ ବହୁ ଲୋକଙ୍କୁ ଡାକିପାରିବୁ ନାହିଁ । କିନ୍ତୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣ ପଠାଇଛୁ ।

ପ୍ରକାଶ ଥାଉ ଯେ, ଆଦିତ୍ୟ ଏବଂ ଶ୍ବେତା ଅଗ୍ରୱାଲ ଗତ 10 ବର୍ଷ ଧରି ରିଲେସନସିପରେ ଥିଲେ । ଶ୍ବେତା ଜଣେ ଅଭିନେତ୍ରୀ ଏବଂ ସେ ଆଦିତ୍ୟଙ୍କ ପ୍ରଥମ ଚଳଚ୍ଚିତ୍ର 'ସାପିତ'ରେ ତାଙ୍କ ଅଭିନେତ୍ରୀ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.