ନୂଆଦିଲ୍ଲୀ: ଟେଲିଭିଜନ ତାରକା ସାରା ଖାନ ଗତ ମାସ ସେପ୍ଟେମ୍ବର 10ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରେ ସୁସ୍ଥ ହୋଇ ସୁଟିଂ ସେଟ୍କୁ ଫେରିଥିବାର ସୂଚନା ମିଳିଛି ।
- " class="align-text-top noRightClick twitterSection" data="
">
କୋଭିଡ୍-19ରେ ଆକ୍ରାନ୍ତ ହେବା ପରେ ଏକ ଗଣମାଧ୍ୟମ ଜରିଆରେ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ ସାରା ଏବଂ ସେ କହିଥିଲେ," ମୁଁ କୌଣସି ପ୍ରକାରେ ଏହା ଆସୁଥିବାର ଦେଖିଲି ଯେହେତୁ ମୁଁ ସାମାନ୍ୟ ଜ୍ବର, ସ୍ବାଦ ଏବଂ ଗନ୍ଧ ବାରି ପାରୁନଥିବାର ଅନୁଭବ କଲି | ମୁଁ କୋଭିଡ୍-19ରେ ଆକ୍ରାନ୍ତ ବୋଲି ପରୀକ୍ଷା ଏହାକୁ ନିଶ୍ଚିତ କରିଛି । ମୁଁ ନିଶ୍ଚିତ ଭାବରେ ପ୍ରାରମ୍ଭରେ ଚିନ୍ତିତ ଥିଲି କିନ୍ତୁ ତା’ପରେ ଏହାକୁ ଗ୍ରହଣ କରିଥିଲି ଏବଂ ନିଜକୁ ଘରେ ସଙ୍ଗରୋଧ କରିଥିଲି |"
କୋରୋନା କବଳରୁ ରକ୍ଷା ପାଇବା ପାଇଁ ଔଷଧ ସେବନ ସଂପର୍କରେ ପଚାରିବାରୁ ସେ କହିଥିଲେ, " ମୋର ଶରୀର ଏକ ଭଲ ସ୍ଥିତିରେ ଥିବାରୁ ଓ ମୋର ରୋଗ ପ୍ରତିରୋଧକ ଶକ୍ତି ପାଇଁ ମୁଁ କୋଭିଡ୍ କବଳରୁ ରକ୍ଷା ପାଇପାରିଛି ଏବଂ ନିଶ୍ଚିତ ଭାବରେ ଭିଟାମିନ୍ସ ଓ ଅତ୍ୟଧିକ ଷ୍ଟିମ ମଧ୍ୟ ମୋତେ ସହାୟକ ହୋଇଛନ୍ତି ।"
ସପନା ବାବୁଲ କା ବିଦାଇ ସିରିୟଲରେ ଅଭିନୟ କରିଥିବା ଅଭିନେତ୍ରୀ ସାରା କୋଭିଡରୁ ରକ୍ଷା ପାଇବାକୁ ହେଲେ ଡାକ୍ତରଙ୍କ ସମସ୍ତ ପରାମର୍ଶ ମାନିବା, ରିପୋର୍ଟ ନେଗେଟିଭ୍ ନ ଆସିବା ପର୍ଯ୍ୟନ୍ତ ସାମାଜିତ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କହି ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଛନ୍ତି ।
ଟେଲିଭିଜନ ତାରକା ସାରା ଖାନ ବର୍ତ୍ତମାନ ଆଣ୍ଡ୍ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ 'ସନ୍ତୋଷୀ ମା ସୁନାୟେ ବ୍ରତ କଥାୟେଁ 'ରେ ଦେବୀ ପଲୌମୀ ଭୂମିକାରେ ଅଭିନୟ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ