ETV Bharat / sitara

‘ବାଲିକା ବଧୂ 2’ର ନୂଆ ପ୍ରୋମୋ ରିଲିଜ, ଖୁବଶୀଘ୍ର ଆସିବ ଶୋ

author img

By

Published : Jun 29, 2021, 2:08 PM IST

‘ବାଲିକା ବଧୂ’ର ସିକ୍ବେଲକୁ ନେଇ ଏକ୍ସାଇଟେଡ ଦର୍ଶକ । ସେପଟେ ନୂଆ ପ୍ରୋମୋ ଜାରି କରି ସମସ୍ତଙ୍କୁ ଏକ୍ସାଇଟମେଣ୍ଟକୁ ଦୁଇ ଗୁଣ ବଢାଇ ଦେଇଛନ୍ତି ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ

ମୁମ୍ବାଇ: ଛୋଟ ପରଦାରେ ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ'କୁ ନେଇ ନୂଆ ଖବର । ପୁଣି ସମସ୍ତଙ୍କ ଟିଭି ପରଦାରେ ଦେଖିବାକୁ ମିଳିବ ଧାରାବାହିକର ଯାଦୁ । ଦର୍ଶକଙ୍କ ଠାରୁ ଏହି ସିରିୟଲ ଭଲ ପାଇବା ଦେଖି ଏହାର ଦ୍ବିତୀୟ ସିଜନ ଆଣିବାକୁ ଯାଉଛନ୍ତି ମେକର୍ସ । ଯାହାର ନୂଆ ପ୍ରୋମୋ ଭିଡିଓ ଜାରି କରି ସମସ୍ତଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ମେକର୍ସ ।

  • " class="align-text-top noRightClick twitterSection" data="">

କଲର୍ସ ଟିଭି ଇନଷ୍ଟାଗ୍ରାମ ପେଜରେ ଏହି ପ୍ରୋମୋ ଭିଡିଓ ସେୟାର କରାଯାଇଛି । ଯାହାକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ପ୍ରୋମୋର ଆରମ୍ଭରେ ଏହି ଶୋର ଥିମ ସଙ୍ଗ ଶୁଣିବାକୁ ମିଳୁଛି ।

ସେହିପରି ଏକ କୁନି ଝିଅ ତିନି ଚକିଆ ଖେଳନା ଗାଡି ଧରିଥିବାର ଦେଖାଯାଉଛି । ତାପରେ ଜଣେ ମହିଳା ଝିଅକୁ ଦେଖି କହୁଛନ୍ତି ଯେ ସେ କେତେ ସୁନ୍ଦର । ଏଥିପାଇଁ ତାଙ୍କୁ ରାଜକୁମାର ଖୋଜିବାକୁ ପଡ଼ିବ । ଭିଡିଓର ଏହି ବାର୍ତ୍ତା ଦିଆଯାଇଛି ଯେ ସମାଜରେ ଚାଲିଥିବା ବାଲ୍ୟ ବିବାହ ପ୍ରଥା ହଟାଇବା ପାଇଁ ଆଉ ଜଣେ ଆନନ୍ଦିଙ୍କ ଜନ୍ମ ହୋଇଛି ।’

ପ୍ରକାଶ ଥାଉକି ଏଥର ଶୋରେ ଶ୍ରେୟା ପଟେଲ ଓ ବଂଶ ସୟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.