ETV Bharat / sitara

କାଷ୍ଟିଂ କାଉଚର ଶିକାର ଟେଲିର ଏହି ଅଭିନେତ୍ରୀ - ଟେଲି ଅଭିନେତ୍ରୀ ଡୋନଲ ବିଷ୍ଟଙ୍କ ନ୍ୟୁଜ

ଏବେ ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ବଡ ଖୁଲାସା । ସଂଘର୍ଷ ସମୟରେ ସହିଛନ୍ତି ନିର୍ମାତାଙ୍କ କାଷ୍ଟିଂ କାଉଚ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଡୋନଲ ବିଷ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଡୋନଲ ବିଷ୍ଟ
author img

By

Published : Dec 25, 2020, 12:13 PM IST

ମୁମ୍ବାଇ: ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ନିଜ ସଂଘର୍ଷ ସମୟରେ କାଷ୍ଟିଂ କାଉଚ ଭଳି ସମସ୍ୟାର ସମ୍ମୁଖୀନ ହୋଇସାରିଛନ୍ତି । କିଛି ଏହା ବିଷୟରେ ସର୍ବସାଧାରଣରେ ଆଲୋଚନା ମଧ୍ୟ କରିସାରିଛନ୍ତି । ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ଟେଲି ଅଭିନେତ୍ରୀ ଡୋନଲ ବିଷ୍ଟ । ସେ ମଧ୍ୟ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ କାଷ୍ଟିଂ କାଉଚର ଶିକାର ହୋଇଥିଲେ । ଆଉ ଏହାକୁ ନେଇ ଜଣାଇଛନ୍ତି ଆଶ୍ଚର୍ଯ୍ୟକର କଥା ।

ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ମୁଁ ଏକ ଶୋ ପାଇଁ ସିଲେକ୍ଟ ହୋଇଥିଲି । ଫିସ୍ ମଧ୍ୟ ସ୍ଥିର ହୋଇଯାଇଥିଲା । ସୁଟିଂ ପାଇଁ ଡେଟ ସାମ୍ନାକୁ ଆସିଯାଇଥିଲା । ହେଲେ ହଠାତ୍ ମତେ ପ୍ରୋଜେକ୍ଟରୁ ବାହାର କରିଦିଆଗଲା । ଆଉ ମତେ କୁହାଯାଇଥିଲା ଚ୍ୟାନେଲ ଆଉ ଜଣେ ଅଭିନେତ୍ରୀଙ୍କୁ ଏଥିରେ ସାଇନ କରିନେଇଛନ୍ତି । ଏପରି କଥା ଶୁଣି ମତେ ଏବଂ ମୋ ପରିବାରକୁ ଜଣାପଡିଯାଇଥିଲା ଯେ ଏହି ଇଣ୍ଡଷ୍ଟ୍ରି ପୁରା ଫେକ । ଆଉ ମୁମ୍ବାଇରେ ଲୋକ କେବଳ ମିଛ କହୁଛନ୍ତି । ସେହିପରି ସାଉଥ ଇଣ୍ଡଷ୍ଟ୍ରିର ଜଣେ ନିର୍ମାତା ମତେ ରୋଲ ଦେବାକୁ ଚାହୁଁଥିଲେ । ହେଲେ ଏହା ବଦଳରେ ସେ ମୋ ସହ ଶାରିରୀକ ସମ୍ପର୍କ ରଖିବାକୁ କହିଥିଲେ । ଏହା ଶୁଣି ମୁଁ ତାଙ୍କ ବିରୋଧରେ ସଙ୍ଗେ ସଙ୍ଗେ ପୋଲିସରେ ଏକ ମାମଲା ରୁଜୁ କରିଦେଲି । କାରଣ ମୋ ପାଇଁ ମୋ କାମ ପୂଜା କରିବା ଭଳି । ମୁଁ ଜାଣିଥିଲି ଯଦିଓ ମୋତେ ସଂଘର୍ଷ କରିବାକୁ ପଡିବ, ତଥାପି ମୁଁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପାଇଁ ସଠିକ୍ ଉପାୟ ଅବଲମ୍ବନ କରିଥିଲି ।’

ପ୍ରକାଶ ଥାଉକି, ଡୋନଲ ଧାରାବାହିକ ‘ଦିଲ ତୋ ହାପି ହେ ଜି’ରୁ ଫେମସ ହୋଇଥିଲେ । ଏହାବ୍ୟତୀତ ସେ ‘ଏୟାରଲାଇନ୍ସ’, ‘ଟ୍ବିଷ୍ଟ ୱାଲା ଲଭ’, ‘କଲଶ: ଏକ ବିଶ୍ବାସ’, ‘ଏକ ଦିୱାନା ଥା’, ‘ଲାଲ ଇଶକ’ ଓ ‘ରୂପ: ମର୍ଦ କା ନୟା ସ୍ବରୂପ’ ଭଳି ସିରିୟଲରେ ନିଜ ଦମଦାର ଅଭିନୟ ଦେଇସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.