ETV Bharat / sitara

ଲୋକଙ୍କୁ ଠକି ଗିରଫ ହେଲେ ସଲମାନ ଜାଫ୍ରି - ଲୋକଙ୍କୁ ଠକି ଗିରଫ ହେଲେ ସଲମାନ ଜାଫ୍ରି

ଫିଲ୍ମ ଏବଂ ଟିଭି ସିରିଏଲରେ କାମ କରୁଥିବା ସଲମାନ ଜାଫ୍ରିଙ୍କୁ ଠକେଇ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

TV Actor Salman Jaffery arrested for robbing elderly people in Mumbai
ଲୋକଙ୍କୁ ଠକି ଗିରଫ ହେଲେ ସଲମାନ ଜାଫ୍ରି
author img

By

Published : Dec 16, 2020, 9:21 PM IST

ମୁମ୍ବାଇ: ନକଲି ପୋଲିସ ସାଜି ଲୋକଙ୍କୁ ଠକିବା ଅଭିଯୋଗରେ ମୁମ୍ବାଇ ପୋଲିସ ଟିଭି ଅଭିନେତା ସଲମାନ ଜାଫ୍ରିଙ୍କୁ ଗିରଫ କରିଛି ।

ସଲମାନ ଜାଫ୍ରି ରାଜକୁମାରୀ ପଦ୍ମିନୀ, ଛତ୍ରପତି ରାଜା ଶିବାଜୀ, ସାବଧାନ ଇଣ୍ଡିଆ ଏବଂ କିଛି ଚଳଚ୍ଚିତ୍ର ଭଳି ସିରିଏଲରେ ମଧ୍ୟ କାମ କରିଛନ୍ତି ।

ସଲମାନ ମୁମ୍ବାଇରେ ବିମାନ ଯୋଗେ ୟୁପି, ଉତ୍ତରାଖଣ୍ତ ଏବଂ ଭତ୍ତର ଭାରତର ଅନ୍ୟ ସହରକୁ ଯାଉଥିଲେ । ସେଠାରେ ନକଲି ପୋଲିସ ବେଶରେ ଲୋକଙ୍କୁ ଠକୁଥିଲେ ।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର ୟୁନିଟ୍-ଆଠ ଜଣଙ୍କୁ ଡେରାଡୁନ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ, ଅଭିଯୁକ୍ତ ଜଣକ ଜଣେ ବୃଦ୍ଧ ମହିଳାଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିଛନ୍ତି । ଏ ସମ୍ପର୍କରେ ଡେରାଡୁନ୍ ର ପଟେଲ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ।

ଡେରାଡୁନ୍ ପୋଲିସଠାରୁ ମିଳିଥିବା ସୂଚନା ଆଧାରରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସୋମବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ ତାଙ୍କ ବାସଭବନରେ ଗିରଫ କରିଛି । ପୋଲିସ ସମ୍ମୁଖରେ ପଚରାଉଚରା ବେଳେ ଅଭିଯୁକ୍ତ ଏହି ଅପରାଧରେ ସମ୍ପୃକ୍ତ ଥିବା ସ୍ବୀକାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.