କଟକ: ଆଜି ରିଲିଜ ହୋଇଯାଇଛି ବହୁ ପ୍ରତିକ୍ଷୀତ ତଥା ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର 'ବିଜୁ ବାବୁ' । କଟକ ବୃନ୍ଦାବନ ସିନେମା ହଲରେ ବହୁ ଆଡମ୍ବର ସହିତ ରିଲିଜ୍ ହୋଇଛି ସିନେମାର ପ୍ରଥମ ପ୍ରିମିୟର ଶୋ । ଏହାସହ ଓଡ଼ିଶାର 90ଟି ସିନେମା ହଲରେ ଚଳଚ୍ଚିତ୍ରକୁ ରିଲିଜ କରାଯାଇଛି । ବିଜୁ ବାବୁଙ୍କ ଜୀବନ ଶୈଳୀ , ଚିନ୍ତା ଧାରାରାକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଓ ସୁପ୍ରିୟା ।
ମୁଖ୍ୟତଃ କିପରି ଭାବେ ସମାଜରେ ମିଥ୍ୟ ଖବର ଯୋଗୁ ଅନେକ ବିଶୃଂଖଳା ପରିସ୍ଥିତ ସୃଷ୍ଟି ହେଉଛି । ଯାହାର ଶିକାର ହେଉଛନ୍ତି ସାଧାରଣ ଜନତା । ପୂର୍ବତନ ମୁଖ୍ୟମନ୍ତ୍ରୀବିଜୁ ବାବୁ ବଞ୍ଚିଥିଲେ କିପରି ସ୍ଥିତି ମୁକାବିଲା କରିଥାନ୍ତେ ତାହାକୁ ନେଇ ଆସିଛି ବିଜୁ ବାବୁଚଳଚ୍ଚିତ୍ର।
ଏହି ଚଳଚ୍ଚିତ୍ରରେ କମେଡି , ଟ୍ରାଜେଡି, ରୋମାନ୍ସ , ଫାଇଟଓଭରଡୋଜ ସମସ୍ତ ପୃଷ୍ଠଭୂମି ଦେଖିବାକୁ ମିଳିବ । ପ୍ରଜ୍ଞା ଖଟୁଆଙ୍କ କମେଡି ସାଙ୍ଗକୁ ନାୟିକା ସୁପ୍ରିୟାଙ୍କ ନିଆରା ଢଙ୍ଗର ଅଭିନୟ ଦର୍ଶକଙ୍କ ମନକୁ ବେଶ ଛୁଇଁବ ବୋଲି ଆଶା ରଖିଛନ୍ତି ସୁପ୍ରିୟା ।
ଏହି ଶୁଭମୁକ୍ତି ଅବସରରେ ସୁପରଷ୍ଟାର ଅନୁଭବ ମହାନ୍ତି, ନିର୍ଦ୍ଦେଶକ ନୀଳମାଧବ ପଣ୍ଡା , ସୁପ୍ରିୟାଙ୍କ ସମେତ ଅନ୍ୟ ସହଯୋଗୀ କଳାକାର ପ୍ରେକ୍ଷାଳୟରେ ଉପସ୍ଥିତି ଥିଲେ । ତେବେ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ। ଜଣାଇ ଦେଉଛୁ ଯେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।
ଅନୁଭବ ପ୍ରେକ୍ଷାଳୟରେ ପହଞ୍ଚିବା ପରେ ଦର୍ଶକଙ୍କର ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଥିଲା। ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ 'ବିଜୁବାବୁ' ଚଳଚ୍ଚିତ୍ରରେ କାହାଣୀ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୂର୍ଯ୍ୟ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦଶନା ଦେଇଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ।
ଭୁବନେଶ୍ବରରୁ ଶତରୂପା, କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ