ହାଇଦ୍ରାବାଦ: ଟେଲିଭିଜନର ସବୁଠୁ ଲୋକପ୍ରିୟ ରିଆଲିଟି ଶୋ ' ଦି କପିଲ ଶର୍ମା ଶୋ' । କପିଲ ଶର୍ମାଙ୍କ ଶୋ ସବୁବେଳେ ଚର୍ଚ୍ଚାରେ ଥାଏ ଓ ଏହାକୁ ଲୋକେ ଖୁବ ପସନ୍ଦ କରନ୍ତି । କପିଲ ଶର୍ମା ଶୋ ପାଇଁ ଏବେ ଖୁସି ଖବର । ଖବର ଅନୁସାରେ, ଟିଆରପି ରେଟିଙ୍ଗରେ ସବୁଠୁ ଉପରେ ରହିଛି 'ଦି କପିଲ ଶର୍ମା ଶୋ' । ଶୋ' ର ପ୍ରଯୋଜକ ସଲମାନ ଖାନ ଏହି ଖବର ଶୁଣି ବହୁତ ଖୁସି ଅଛନ୍ତି ।
![kiku sarda](https://etvbharatimages.akamaized.net/etvbharat/prod-images/3119660_thumbnail.png)
ପୂର୍ବ ସପ୍ତାହରେ ଶୋ' 5742 ଇମ୍ପ୍ରେଶନ ଥିବା ସହ ଚତୁର୍ଥ ସ୍ଥାନରେ ଥିଲା । ମାତ୍ର ଏ ସପ୍ତାହରେ 5940 ଇମ୍ପ୍ରେଶନ ମିଳିଛି । ରିପୋର୍ଟ ଅନୁସାରେ, ଫିଲ୍ମ କଳଙ୍କର ଷ୍ଟାରକାଷ୍ଟଙ୍କ ସହ କରାଯାଇଥିବା ଏପିସୋଡ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା ଓ ଏହାରୁ ଭଲ ରେଟିଙ୍ଗ ମଧ୍ୟ ମିଳିଥିଲା
'ଦି କପିଲ ଶର୍ମା ଶୋ' ନଂ-1 ହେଲା ପରେ କିକୁ ସାରଦାଙ୍କ ଖୁସିର ଠିକଣା ନାହିଁ । ନିଜ ଟ୍ବିଟରରେ ରେଟିଙ୍ଗର ଫଟୋ ଛାଡିଥିଲେ । ଏହାସହ କପିଲ ଶର୍ମା ମଧ୍ୟ କାଫି ଖୁସି ଅଛନ୍ତି । କପିଲ ଶର୍ମା ଶୋ ପରେ କୁମକୁମଭାଗ୍ୟ ଶୋ ଦ୍ବିତୀୟ ସ୍ଥାନରେ ଅଛି ଓ ତୃତୀୟ ସ୍ଥାନରେ ସୁପର ଡ୍ୟାନ୍ସର ଚ୍ୟାପ୍ଟର-3 ରହିଛି ।