ETV Bharat / sitara

Super Dancer Chapter 4; ବାଜି ମାରିଲେ ଆସାମର ଫ୍ଲୋରିନା ଗୋଗୋଇ - ଆସମର ଫ୍ଲୋରିନା ଗୋଗଇ

ଚଳିତ ସିଜିନରେ ସୁପର ଡାନ୍ସରକୁ ତାର ବିଜେତା ମିଳିଛି । ଟ୍ରଫି ହାତେଇଛନ୍ତି ଆସାମର ଫ୍ଲୋରିନା ଗୋଗୋଇ । ଟାଇଟଲ ବିଜୟନୀ ୭ ବର୍ଷୀୟ ଫ୍ଲୋରିନାଙ୍କୁ ୧୫ ଲକ୍ଷ ଏବଂ ତାଙ୍କ ମେଣ୍ଟର ତଥା ପ୍ରଶିକ୍ଷକ ତୁଷାର ସେଟ୍ଟୀଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ଅଧିକ ପଢନ୍ତୁ...

ଟ୍ରଫି ହାତେଇଲେ ଆସାମର ଫ୍ଲୋରିନା ଗୋଗଇ
ଟ୍ରଫି ହାତେଇଲେ ଆସାମର ଫ୍ଲୋରିନା ଗୋଗଇ
author img

By

Published : Oct 10, 2021, 11:29 AM IST

ମୁମ୍ବାଇ: ସରିଲା ସୋନି ଟିଭିରେ ପ୍ରସାରିତ ସୁପର ଡ୍ୟାନ୍ସ ସୋ ସୁପର ଡାନ୍ସର-4 । ଚଳିତ ସିଜିନରେ ସୁପର ଡାନ୍ସରକୁ ତାର ବିଜେତା ମିଳିଛି । ଟ୍ରଫି ହାତେଇଛନ୍ତି ଆସମର ଫ୍ଲୋରିନା ଗୋଗୋଇ । ଟାଇଟଲ ବିଜୟିନୀ ୭ ବର୍ଷୀୟ ଫ୍ଲୋରିନାଙ୍କୁ ୧୫ ଲକ୍ଷ ଏବଂ ତାଙ୍କ ମେଣ୍ଟର ତଥା ପ୍ରଶିକ୍ଷକ ତୁଷାର ସେଟ୍ଟୀଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ମିଳିଛି ।

ସୁପର ଡ୍ୟାନ୍ସର ସିଜିନ ୪ରେ ପାଞ୍ଚଜଣ ଫାଇନାଲିଷ୍ଟ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ସୁପର ଗୁରୁ ତୁଷାରଙ୍କ ସହିତ ଫ୍ଲୋରିନା ଗୋଗଇ, ଗୁରୁ ଶୁଭ୍ରନିଲଙ୍କ ସହିତ ପୃଥୀରାଜ ପଲ, ଗୁରୁ ବର୍ତ୍ତିକାଙ୍କ ସହିତ ସଞ୍ଚିତ, ଗୁରୁ ସୋନାଲି କରଙ୍କ ସହିତ ଇଶା ମିଶ୍ର ଓ ଗୁରୁ ଭାବନାଙ୍କ ସହିତ ନୀରଜା ଫାଇନାଲରେ ପହଞ୍ଚିଥିଲେ । ଫାଇନାଲରେ ପାଞ୍ଚ ଡ୍ୟାନ୍ସରଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ପାଞ୍ଚଜଣଙ୍କ ଭିତରେ ବିଜୟୀ ହୋଇଛନ୍ତି ଫ୍ଲୋରିନା । ଏଥିସହ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି କର୍ଣ୍ଣାଟକର ପୃଥୀରାଜ । ସୋ ପକ୍ଷରୁ ପୃଥୀରାଜ ଓ ତାଙ୍କ ଗୁରୁଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ତୃତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ସଞ୍ଚିତ ଚନାନ ।

ସୁପର ଡ୍ୟାନ୍ସର ଲୋକଙ୍କର ବେଶ ଲୋକପ୍ରିୟ ସୋ ଥିଲା । ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଫିଲ୍ମ ନିର୍ମାତା ଅନୁରାଗ ବାସୁ ଓ ଡାନ୍ସ କୋରିଓଗ୍ରାଫର ଗୀତ କପୁର ବିଚାରପତି ଭାବେ ନିଜର ଦାୟିତ୍ବ ତୁଲାଇଛନ୍ତି । ଫଇନାଲରେ ଶିଳ୍ପା ଓ ଗୀତାଙ୍କ ଡାନ୍ସ ଝଲକ ଦେଖିବାକୁ ମିଳିଥିଲା । ଖୁବ ଶୀଘ୍ର ସୁପର ଡ୍ୟାନ୍ସର ସିଜିନ ୫ ଆରମ୍ଭ ହେବ ବୋଲି କହିଛନ୍ତି ଶିଳ୍ପା । କିଏ ଆଗାମୀ ସିଜିନର ବେଜତା ହୋଉଛି ତାହା ଉପରେ ସମସ୍ତଙ୍କ ଲକ୍ଷ୍ୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.