ETV Bharat / sitara

ଜନ୍ମଦିନରେ ନିଜର ମ୍ୟୁଜିକ୍ ଲେବଲ୍ ଲଞ୍ଚ କଲେ ସୋନୁ ନିଗମ

ଗାୟକ ସୋନୁ ନିଗମ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହି ଆନନ୍ଦଦାୟକ ଅବସରରେ ସୋନୁ ତାଙ୍କର ମ୍ୟୁଜିକ୍ ଲେବଲ୍ ଲଞ୍ଚ କରିଛନ୍ତି । କଣ୍ଠଶିଳ୍ପୀ ତାଙ୍କର ନୂତନ ଗୀତ 'ରୁଦ୍ରାଶତକମ୍'କୁ 31 ଜୁଲାଇରେ ତାଙ୍କ ଲେବଲ୍ "ଆଇ ବିଲିଭ ମ୍ୟୁଜିକ"ରେ ରିଲିଜ୍ କରିବେ । ଅଧିକ ପଢନ୍ତୁ...

author img

By

Published : Jul 30, 2020, 7:55 PM IST

sonu nigam unveils his music label on birthday
ଜନ୍ମଦିନରେ ନିଜର ମ୍ୟୁଜିକ୍ ଲେବଲ୍ ଲଞ୍ଚ କଲେ ସୋନୁ ନିଗମ

ମୁମ୍ବାଇ: ଗୁରୁବାର ଦିନ ମ୍ୟୁଜିକ ଇଣ୍ଡଷ୍ଟ୍ରିର ପପୁଲାର ଗାୟକ ସୋନୁ ନିଗମ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହି ଆନନ୍ଦଦାୟକ ଅବସରରେ ସୋନୁ ତାଙ୍କର ମ୍ୟୁଜିକ୍ ଲେବଲ୍ ଲଞ୍ଚ କରିଛନ୍ତି ।

ଗାୟକ ତାଙ୍କର ନୂତନ ଗୀତ 'ରୁଦ୍ରାଶତକମ୍' କୁ 31 ଜୁଲାଇରେ ତାଙ୍କ ଲେବଲ୍ "ଆଇ ବିଲିଭ ମ୍ୟୁଜିକ" ରେ ରିଲିଜ୍ କରିବେ । ଏହି ଗୀତ ତାଙ୍କର ଆଧ୍ୟାତ୍ମିକତାକୁ ଫେରିବାରେ ଚିହ୍ନିତ କରେ ।

ସୋନୁ କହିଛନ୍ତି, "ଆଇ ବିଲିଭ ମ୍ୟୁଜିକ" ରେ ମୁଁ ବହୁତ ସମୟ ଧରି କାମ କରିଆସୁଥିଲି । ବର୍ତ୍ତମାନ, ସ୍ବତନ୍ତ୍ର ସଙ୍ଗୀତର ପୁନରୁଥାନ ସହିତ ମୁଁ ବିଶ୍ୱାସ କରେ ଏହା ଏକ ଭଲ ସମୟ । 'ରୁଦ୍ରାଶତକମ୍'କୁ 31 ଜୁଲାଇରେ ମୋର ଲେବଲ୍ "ଆଇ ବିଲିଭ ମ୍ୟୁଜିକ"ରେ ରିଲିଜ୍ କରିବି ।

ପ୍ରକାଶ ଥାଉ କି, ସୁଶାନ୍ତଙ୍କ ନିଧନ ପରେ କିଛି ଷ୍ଟାର୍ସଙ୍କ ଉପରେ ଭେଦଭାବ ଅଭିଯୋଗ ଫ୍ୟାନ୍ସ ଆଣିଥିବାବେଳେ ସୋନୁ ମଧ୍ୟ ମ୍ୟୁଜିକ ଇଣ୍ଡଷ୍ଟ୍ରିର କଳା ସତ ସମସ୍ତଙ୍କୁ ଜଣାଇ ଚର୍ଚ୍ଚାରେ ଥଲେ । ସେ ନିକଟରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଚାଲିଥିବା ମାଫିଆଗିରି, ଗୁଣ୍ଡାରାଜ ପାଇଁ ନିରୀହ ପିଲା ଆତ୍ମହତ୍ୟା କରିପାରନ୍ତି ବୋଲି କହିଥିଲେ । ତେଣୁ ସଙ୍ଗୀତ କଳାକାରମାନଙ୍କୁ ନୂତନ କଳାକାରଙ୍କ ପ୍ରତି ଦୟାଳୁ ହେବାକୁ ସେ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.