ETV Bharat / sitara

ସେହନାଜ ନୁହେଁ ଶେଫାଳିଙ୍କ ଦିୱାନା ସିଦ୍ଧାର୍ଥ - ବିଗ ବସ 13 ପ୍ରତିଯୋଗୀ

ପୁଣି ବିଗ ବସ ହାଉସରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମସ୍ତିଭରା ଅନ୍ଦାଜ । ଶେଫାଳି ବଗାଙ୍କ ସହ କଲେ ଫ୍ଲଟିଂ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

sidharth shukla
ଡିଜାଇନ ଫଟୋ
author img

By

Published : Dec 20, 2019, 7:05 PM IST

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ ବିଗ ବସ 13ରେ ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ରୂପେ ସିଦ୍ଧାର୍ଥ ଶୁକ୍ଲା ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । କିଛି ଦିନ ପୂର୍ବେ ସିଦ୍ଧାର୍ଥ ଅସୁସ୍ଥ ହୋଇଯାଇଥିଲେ । ଯାହାଦ୍ବାରା ବିଗ ବସ ହାଉସରେ ତାଙ୍କ ଗେମ ଟିକେ ଡାଉନ ହୋଇଯାଇଥିଲା । କିନ୍ତୁ ପୁଣିଥରେ ସେ ନିଜ ଗେମକୁ ଫେରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ବିଗ ବସ ପେଜ

ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏଥର ସେ ସେହନାଜ ଗିଲଙ୍କ ପରିବର୍ତ୍ତେ ପ୍ରତିଯୋଗୀ ଶେଫାଳି ବାଗାଙ୍କ ସହ ଫ୍ଲଟିଂ କରୁଥିବାର ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ସେ ଶେଫାଳିଙ୍କୁ ଲାଇକ କରୁଛନ୍ତି ମଧ୍ୟ ଖୁଲମଖୁଲା କହୁଛନ୍ତି । ଯାହାକୁ ନେଇ ଶେଫାଳି ଆଶ୍ଚର୍ଯ୍ୟ । ସିଦ୍ଧାର୍ଥଙ୍କ ଏପରି ବ୍ୟବହାର ଦେଖି ଫ୍ୟାନ୍ସଙ୍କୁ ଲାଗୁଛି ସେ ଶେଫାଳିଙ୍କ ସହ ମସ୍ତି କରୁଛନ୍ତି ।

କାରଣ ସିଦ୍ଧାର୍ଥ ଓ ସେହନାଜଙ୍କ ମସ୍ତିଭରା ରୋମାନ୍ସକୁ ପୂର୍ବରୁ ଶୋରେ ଦେଖିସାରିଛନ୍ତି ଦର୍ଶକ । ନିକଟରେ ଦୁଇଜଣଙ୍କ ସମ୍ପର୍କରେ ଫାଟକ ସୃଷ୍ଟି ହୋଇଥିଲା କିନ୍ତୁ ଏବେ ପୁଣି ପୂର୍ବଭଳି ଏକାଠି ମସ୍ତି କରୁଥିବାର ଦେଖାଯାଉଛନ୍ତି ଏହି ଯୋଡି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.