ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଖୁବ ଶୀଘ୍ର ନେଟଫ୍ଲିକ୍ସର ଏକ ହରର ଫିଲ୍ମର ସହପ୍ରଯୋଜନା କରିବେ । ସୂଚନାମୁତାବକ ଫିଲ୍ମର ନାମ ‘ବେତାଲ’ ରଖାଯାଇଛି । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ ପ୍ୟାଟ୍ରିକ ଗ୍ରାମ୍ । ଶାହାରୁଖଙ୍କ ରେଡ ଚିଲି ଏଣ୍ଟରଟେନମେଣ୍ଟ ସହ ଗୌରବ ବର୍ମା ଫିଲ୍ମର ସହପ୍ରଯୋଜନା କରିବେ ।
ପ୍ୟାଟ୍ରିକ ଏହା ପୂର୍ବରୁ ନେଟଫ୍ଲିକ୍ସରେ ‘ଘୁଲ’ ନାମକ ଏକ ପିଶାଚ ଫିଲ୍ମ ନିର୍ମାଣ କରିଥିଲେ । ଏଥିରେ ରାଧିକା ଆପ୍ଟେଙ୍କୁ ଦେଖିବାକୁ ମିଳିଥିଲା । ତେବେ ଏହି ‘ବେତାଲ’ ସିରିଜରେ ଭିନିତ କୁମାର ସିଂହ ଓ ଆହାନା କୁମରା ନଜରରେ ଆସିବେ ।
ଶାହାରୁଖଙ୍କ ପ୍ରଯୋଜନା ବ୍ୟାନରରେ ଏହା ତୃତୀୟ ୱେବ ସିରିଜ ହେବ । ଏହାପୂର୍ବରୁ ଇମରାନ ହାସମିଙ୍କ ‘ବାର୍ଡ ଅଫ ବ୍ଲଡ’ ଓ ବବି ଦେଓଲଙ୍କ ‘କ୍ଲାସ ଅଫ 83’କୁ ରେଡ ଚିଲି ଏଣ୍ଟରଟେନମେଣ୍ଟ ପ୍ରଯୋଜନାରେ ନିର୍ମାଣ କରାଯାଇଥିଲା । ତେବେ ‘ବାର୍ଡ ଅଫ ବ୍ଲଡ’ ଆସନ୍ତା ସେପ୍ଟେମ୍ବର 27ରେ ରିଲିଜ ହେବ ।