ମୁମ୍ବାଇ: ଦେଶରେ ଚାଲିଥିବା କୋରୋନା ସଙ୍କଟ ମଧ୍ୟରେ ସୋମବାର ଦିନ ଟେଲିଭିଜନ ଅଭିନେତା ରବି ଦୁବେଙ୍କ ରିପୋର୍ଟ ପଜିଟିଭ ଆସିଛି । ‘ଜମାଇ ରାଜା’ ଫେମ ରବି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି । ଏହାସହ ଅଭିନେତା ତାଙ୍କ ପୋଷ୍ଟରେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ତାଙ୍କ ସହ ସମ୍ପର୍କରେ ଆସିଥିଲେ, ସେମାନେ ନିଜର କୋରୋନା ଟେଷ୍ଟ କରାଇନିଅନ୍ତୁ ।
- " class="align-text-top noRightClick twitterSection" data="
">
ସେପଟେ ସ୍ବାମୀଙ୍କ ସୁସ୍ଥ କାମନା କରିଛନ୍ତି ପତ୍ନୀ ତଥା ଅଭିନେତ୍ରୀ ସଗୁନ ମେହତା । ସେହିପରି ରବିଙ୍କ ଅନେକ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି ।
ଏହି କ୍ରମରେ ସାମିଲ ଅଛନ୍ତି ‘ବିଗବସ 14’ ଫେମ ଶେହଜାଦ ଦେଓଲ, ଅହାନା କୁମାର, ପୁଲକିତ ସମ୍ରାଟ, ବିକାଶ ଖଟ୍ରି, ପାରାଗ ମେହେତା, ଶିଖା ସିଂ ଶାହ ଓ ଆଶା ନେଗି । ଏହି ସେଲିବ୍ରିଟି ତାଙ୍କ ପୋଷ୍ଟରେ କମେଣ୍ଟ କରି ଶୀଘ୍ର ସୁସ୍ଥ ହେବା କଥା କହିଛନ୍ତିି ।