ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ତଥା ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟଙ୍କ ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ‘ସସୁରାଲ ସିମର କା’, ‘ବନେଗୀ ଅପନି ବାତ’,‘ୟେସ ବସ’, ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଓ ‘ଜିନି ଅର ଜୁଜୁ’ ଭଳି ଅନେକ ଟିଭି ଶୋ ରେ ଅଭିନୟ କରିଥିଲେ ।
-
Actor Ashish Roy (Bond) is seriously ill, on dialysis and in the ICU. He has appealed for financial help on FB. I'm doing all I can to help. Can industry associations also help the ailing actor? @sushant_says@ashokepandithttps://t.co/d8qpAan1VK
— Hansal Mehta (@mehtahansal) May 19, 2020 " class="align-text-top noRightClick twitterSection" data="
">Actor Ashish Roy (Bond) is seriously ill, on dialysis and in the ICU. He has appealed for financial help on FB. I'm doing all I can to help. Can industry associations also help the ailing actor? @sushant_says@ashokepandithttps://t.co/d8qpAan1VK
— Hansal Mehta (@mehtahansal) May 19, 2020Actor Ashish Roy (Bond) is seriously ill, on dialysis and in the ICU. He has appealed for financial help on FB. I'm doing all I can to help. Can industry associations also help the ailing actor? @sushant_says@ashokepandithttps://t.co/d8qpAan1VK
— Hansal Mehta (@mehtahansal) May 19, 2020
ସସୁରାଲ ସିମର ଫେମ ଅଭିନେତା ଆଶିଷ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । କିଡନୀ ଫେଲ ଯୋଗୁଁ ତାଙ୍କର ନିଧନ ହୋଇଥିବା ଜଣାପଡିଛି । ଏହି ରୋଗର ଚିକିତ୍ସା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା । ସେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସାହାଯ୍ୟ ମଧ୍ୟ ମାଗିଥିଲେ ।
ମେ ମାସରେ ଆଶିଷ ଫେସବୁକରେ ଦୁଇଟି ପୋଷ୍ଟରେ ଲେଖିଥିଲେ, "ମୁଁ ଆଇସିୟୁରେ ଅଛି । ଡାଏଲିସିସ୍ ପାଇଁ ତୁମମାନଙ୍କ ଟଙ୍କା ଜରୁରୀ । ଏହା ପରେ ଚଳଚ୍ଚିତ୍ର ନିର୍ମାତା ହଂନସଲ ମେହେତା ଟୁଇଟର ଜରିଆରେ ଅଭିନେତାଙ୍କ ପାଇଁ ଫିଲ୍ମ ଆସୋସିଏସନରୁ ସାହାଯ୍ୟ ଲୋଡ଼ିଥିଲେ ।
ଆର୍ଥିକ ସଙ୍କଟ ଯୋଗୁଁ ଆଶିଷ ନିଜ ଚିକିତ୍ସା ଭଲ ଭାବେ କରିପାରିନଥିଲେ ।
ଏବେ ଆଶିଷଙ୍କ ମୃତ୍ୟୁକୁ ନେଇ ବଲିଉଡ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ପ୍ରକାଶ ଥାଉ ଯେ, ଆଶିଷ ଟେଲିଭିଜନ ଛଡା ହଲିଉଡ଼ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ହଲିଉଡ଼ ଫିଲ୍ମରେ ଡବିଙ୍ଗ କରିଛନ୍ତି । ସେ ଜଣେ ଭଏସ ଓଭର ଆର୍ଟିଷ୍ଟ ଥିଲେ ।