ମୁମ୍ବାଇ: ସିରିଏଲ 'ସାଇ ବାବା' ଛୋଟ ପରଦାରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରୁଛି । ଏଥିରେ ଅଭିନେତା ମୁକୁଲ ନାଗ ସାନ୍ତ ସାଇ ବାବାଙ୍କ ଭୂମିକାରେ ଅଭିନୟ କରିଛନ୍ତି ।
ସିରିଏଲର ଲେଖକ ତଥା ନିର୍ଦ୍ଦେଶକ ମୋତି ସାଗର କହିଛନ୍ତି ଯେ, ସାଇ ବାବାଙ୍କ କାହାଣୀ ଦର୍ଶକଙ୍କ ଜୀବନରେ ବିଭିନ୍ନ ବାଧାବିଘ୍ନର ମୁକାବିଲା ପାଇଁ ଶକ୍ତି ଦେବ । ଏହି ଶୋ ଦେଶରେ ସଙ୍କଟ ପରିସ୍ଥିତିରେ ସାଇ ବାବାଙ୍କ ବାର୍ତ୍ତା, ଶିକ୍ଷା ଏବଂ କାର୍ଯ୍ୟକଳାପ ବିସ୍ତାର କରିବାରେ ସାହାଯ୍ୟ କରିବ ।
ଆହୁରି ସାଗର କହିଛନ୍ତି, ଆମ ପରିବାର ବହୁ ବର୍ଷ ଧରି ସାଇ ବାବାଙ୍କ ଉପରେ ଦୃଢ ବିଶ୍ୱାସ କରିଆସୁଛନ୍ତି । ସାଇ ବାବାଙ୍କ ଆଶୀର୍ବାଦ ସର୍ବଦା ମୋର, ମୋ ପିତା ଏବଂ ମୋ ପରିବାର ସଦସ୍ୟଙ୍କ ଉପରେ ଥାଏ ।
ମୁଁ ଗର୍ବର ସହିତ କହିପାରିବି ଯେ 2005 ମସିହାରେ ଧାରାବାହିକ ‘ସାଇବାବା’ମାଧ୍ୟମରେ ମୁଁ ବାବାଙ୍କ ଜୀବନକୁ ଭାରତୀୟ ଦର୍ଶକମାନଙ୍କ ନିକଟରେ ପ୍ରତିଫଳିତ କରିପାରିଥିଲି ।
ଏହି ଶୋ ପୁଣିଥରେ ଜୁନ୍ 22 ରୁ ପ୍ରସାରିତ ହେବ ।