ମୁମ୍ବାଇ:‘ବିଗବସ’ ଫେମ ତଥା ନିର୍ମାତା ବିକାଶ ଗୁପ୍ତା କୌଣସି ନା କୌଣସି କାରଣରୁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କେବେ ‘ବିଗବସ ସିଜନ 14’ରେ ନିଜ ରଣନୀତି ପାଇଁ ତ କେବେ ନିଜ ଅତୀତ ବିଷୟରେ ଏବଂ ବେଳେବେଳେ ପାରିବାରିକ ସମସ୍ୟା ହେତୁ ଚର୍ଚ୍ଚାରେ ରହିସାରିଛନ୍ତି । ନିକଟରେ ତାଙ୍କ ବିଷୟରେ ଆଉ ଏକ ନକରାତ୍ମକ ସମାଲୋଚନା ଆରମ୍ଭ ହୋଇଛି । ରିୟଲିଟି ଶୋ ‘ରୋଡିଜ୍’ ବିଜେତା ବିକାଶ ଖୋକର ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ।
ବିକାଶଙ୍କ ଉପରେ ଅଭିଯୋଗ ଆଣି ଖୋକର ଏଭଳି କଥା କହିଛନ୍ତି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଖୋକର କହିଛନ୍ତି ଯେ ବିକାଶ କାନ୍ଦି ବିଗବସ ହାଉସରେ ସହାନୁଭୂତି ପାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଯାହା କରିଛନ୍ତି, ତାହା ହେଉଛି ତାଙ୍କ ଦଣ୍ଡ । ବିକାଶ ତାଙ୍କ କାର୍ଯ୍ୟ ପାଇଁ ଦଣ୍ଡିତ ହେଉଛନ୍ତି । ଭଗବାନ ନ୍ୟାୟ କରୁଛନ୍ତି । ବିକାଶ ଏପରି କାର୍ଯ୍ୟ ପାଇଁ ସବୁବେଳେ କାନ୍ଦିବେ।
ସେ ଆହୁରି କହିଛନ୍ତି, ‘ଯେତେବେଳେ ମୁଁ 2012ରେ ରୋଡିଜ୍ ବିଜେତା ସାଜିଥିଲି । ସେହି ସମୟରେ ମତେ ଅନେକ ଅଫର ମିଳିଥିଲା । ହେଲେ ବିକାଶ ମତେ ଅଫର ଦେବା ବାହାନାରେ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ସେ ମୋ ସହ ରିଲେସନସିପରେ ରହିବାକୁ ଚେଷ୍ଟା କରିଥିଲେ ।’
ପ୍ରକାଶ ଥାଉକି ଖୋକରଙ୍କ ପୂର୍ବରୁ ବିକାଶଙ୍କ ଉପରେ ଆଉ ଜଣେ ଟେଲି ଅଭିନେତା ମଧ୍ୟ ଏପରି ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ବିକାଶଙ୍କ ଖୁବ୍ ସମାଲୋଚନା କରାଯାଇଥିଲା ।