ETV Bharat / sitara

ମୁମ୍ବାଇରେ ଘର କିଣିଲେ ଅର୍ଶୀ

ମୁମ୍ବାଇରେ ଫ୍ଲାଟ କିଣି ଅର୍ଶୀଙ୍କ ଖୁସି କହିଲେ ନସରେ । ତାଙ୍କ ଦୀର୍ଘ ସମୟର ସ୍ବପ୍ନ ପୂରଣ ହୋଇଥିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 10, 2021, 6:56 AM IST

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ରିୟାଲିଟି ଶୋ ‘ବିଗବସ 14’ରେ ଚ୍ୟାଲେଞ୍ଜର ପ୍ରତିଯୋଗୀ ରୂପେ ନଜର ଆସିଥିବା ଅର୍ଶୀ ଖାନଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ନିଜ ସ୍ବପ୍ନ ପୁରା କରିଛନ୍ତି ସେ । କାରଣ ମୁମ୍ବାଇରେ ଫ୍ଲାଟ୍ କିଣିଛନ୍ତି । ଯାହାର ସ୍ବପ୍ନ ସେ ଦୀର୍ଘ ଦିନରୁ ଦେଖିଆସୁଥିଲେ ।

ଏହି ଅବସରରେ ସେ କହିଛନ୍ତି, ‘ମୁଁ ଦୀର୍ଘ ସମୟ ଧରି ସମ୍ପତ୍ତି କିଣିବା ପାଇଁ କଥାବାର୍ତ୍ତା କରୁଥିଲି । ମୁଁ ଏହାକୁ 2019ରେ ବୁକ୍ କରିଥିଲି କିନ୍ତୁ ତାପରେ 2020ରେ କୋରୋନା ପ୍ରକୋପ ସବୁଆଡେ ଦେଖା ଦେଇଥିଲା । ମୁଁ ସେତେବେଳେ ଆର୍ଥିକ ଦୃଷ୍ଟିରୁ ସେତେ ଶକ୍ତିଶାଳୀ ନଥିଲି, ଏବଂ କୌଣସି କାମ ନକରି ମୁଁ କିପରି ରାଶି ବ୍ୟବସ୍ଥା କରିବି ସେ ବିଷୟରେ ଚିନ୍ତା କରୁଥିଲି । ସୌଭାଗ୍ୟବଶତଃ ମୋର ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା। ଏହା ବ୍ୟତୀତ ମତେ ବିଗବସ ବହୁତ ସାହାଯ୍ୟ କରିଥିଲା। ମୋର ସ୍ବପ୍ନକୁ ସାକାର କରିବା ପାଇଁ ଅନେକ ସମସ୍ୟା ଦେଇ ଗତି ମଧ୍ୟ କରିଛି ।’

ଖାଲି ଏତିକି ନୁହେଁ ଭଗବାନଙ୍କୁ ଧନ୍ୟବାଦ ଜଣାଇ ସେ ଆହୁରି କହିଛନ୍ତି, ‘ମୁଁ ଅନୁଭବ କରୁଛି ଯେ ମୋର ସ୍ବପ୍ନ ଭଗବାନ ଏବଂ ମୋର ପିତାମାତାଙ୍କ ଆଶୀର୍ବାଦ ଦ୍ବାରା ପୂରଣ ହୋଇଛି । ଭଗବାନ ହିଁ ମୋତେ ଏହି ବର୍ଷ ବିଗବସ୍ କରିବାର ସୁଯୋଗ ଦେଇଥିଲେ । ମୋର ମନେ ଅଛି ଗତ ବର୍ଷ ଶୋ ପାଇଁ ମତେ ଅଫର ମିଳିଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଜିନିଷଗୁଡ଼ିକ ଠିକ୍ ହୋଇନଥିଲା । ସମୟ ଯେତେବେଳେ ଆସିବାର ଥାଏ ସେତେବେଳେ ଆସେ । ମୁଁ ବର୍ତ୍ତମାନ ଏକ ଖୁସିପୂର୍ଣ୍ଣ ସ୍ଥାନରେ ଅଛି ।’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.