ETV Bharat / sitara

ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ରାମ କପୁର - bade ache lagte ho

ଟେଲିଭିଜନରୁ ବିରତି ନେଇଥିବା କଳାକାର ରାମ କପୁର ତାଙ୍କ ଇନଷ୍ଟାଗ୍ରାମ ଫଟୋରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ତାଙ୍କର ଏହି ଫଟୋରେ ଫ୍ୟାନ୍ସଙ୍କ ପ୍ରସଂଶାର ସୁଅ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/iamramkapoor
author img

By

Published : Jul 11, 2019, 5:11 AM IST

ହାଇଦ୍ରାବାଦ: ଟେଲିଭିଜନର ଚର୍ଚ୍ଚିତ ଚେହେରା ରାମ କପୁର । ସିରିଆଲ ‘ବଡେ ଅଛେ ଲଗତେ ହୋ’ ଓ ‘କସମ ସେ’ରେ ପପୁଲାରିଟି ହାସଲ କରିଥିବା ରାମ ଏବେ ନିଜ ଇନଷ୍ଟାଗ୍ରାମ ଫଟୋରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । 45 ବର୍ଷୀୟ ଏହି ଅଭିନେତା ନିଜ ଓଜନ କମାଇବାରେ ସଫଳ ହୋଇଛନ୍ତି ।

weight loss
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/iamramkapoor

130କେଜି ଥିବା ଏହି କଳାକାର କଠିନ ପରିଶ୍ରମ ଫଳରେ ଓଜନ କମାଇ ପାରିଛନ୍ତି । ରାମଙ୍କର ଏହି ଫଟୋରେ ପତ୍ନୀ ଗୌତମୀ ରୋମାଣ୍ଟିକ ଅନ୍ଦାଜରେ ପତିଙ୍କୁ ‘HOTTIE’ ବୋଲି କହିଛନ୍ତି । ରାମ କପୁରଙ୍କ ଏପରି ପରିବର୍ତ୍ତନ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ସହ ଅନେକ ତାରିଫ ମଧ୍ୟ କରିଛନ୍ତି । ଏକ ସାକ୍ଷାତକାରରେ ରାମ କହିଥିଲେ କି ସେ ପ୍ରତିଦିନ ସକାଳୁ ଖାଲି ପେଟରେ ୱାର୍କଆଉଟ କରିଥାଅନ୍ତି ଓ ରାତିରେ ଶୋଇବା ପୂର୍ବରୁ ମଧ୍ୟ ବ୍ୟାୟାମ କରିଥାଆନ୍ତି ଓ ଦିନକୁ 16 ଘଣ୍ଟା ଭୋକରେ ରୁହଁନ୍ତି ।

bade ache lagte ho
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/iamramkapoor

ପ୍ରକାଶ ଥାଉ କି, 2017ରେ ରାମ ୱାର୍କଆଉଟ କରୁଥିବାର ଏକ ଭିଡିଓ ସେୟାର କରିଥିଲେ ଯାହା ଇଣ୍ଟରନେଟରେ କାଫି ଭାଇରାଲ ହୋଇଥିଲା । ତେବେ ଶେଷଥର ପାଇଁ ରାମ ‘କରଲେ ତୁ ଭି ମୋହବତ’ର ତୃତୀୟ ସିଜିନରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଫିଲ୍ମ ‘ହମସକଲ’, ‘ଶାଦି କେ ସାଇଡଇଫେକ୍ଟ’, ‘ବାର ବାର ଦେଖୋ’ରେ ମଧ୍ୟ ନଜର ଆସିସାରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.