ଚେନ୍ନାଇ: ଟିଭି ପରଦାରେ ନିଜର ଆକ୍ସନ ଦେଖାଇ ଆସୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିକୁ ମାରିଛନ୍ତି ଧମାକାଦାର ଏଣ୍ଟ୍ରି । ଡିସେମ୍ବର 31 ରେ ନିଜର ରାଜନୈତିକ ଦଳ ଘୋଷଣା କରିବା ନେଇ ଟ୍ବିଟ କରି କହିଛନ୍ତି ରଜନୀକାନ୍ତ । ଏହା ପରେ 2021ରେ ସେ ନିଜର ରାଜନୈତିକ ଦଳକୁ ଲଞ୍ଚ କରିବେ ।
ଅନେକ ବିଚାର ବିମର୍ଷ ପରେ ରାଜନୀତିରେ ପ୍ରବେଶ କରିଛନ୍ତି ରଜନୀକାନ୍ତ । ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରଜନୀଙ୍କ ଏହି ନିଷ୍ପତ୍ତି ବେସ୍ ମହତ୍ବପୂର୍ଣ୍ଣ କୁହାଯାଇପାରେ । ତେବେ ସେ ନିର୍ବାଚନ ମଧ୍ୟ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି ।
ରାଜନୀତିକୁ ଏଣ୍ଟ୍ରି ନେଇ ରଜନୀଙ୍କ ଘୋଷଣା ପରେ ତାଙ୍କ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି । ଏପରିକି ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଇ ଫ୍ୟାନ୍ସମାନେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି ।