ETV Bharat / sitara

ସୋସିଆଲ ମିଡିଆରେ ‘ରାମାୟଣ’-ମହାଭାରତ’ ପ୍ରସାରଣ ଦାବି - ବିଆର ଚୋପ୍ରାଙ୍କ ‘ମହାଭାରତ’

ପୁଣିଥରେ ଟିଭିରେ ଦର୍ଶକ ଦେଖିବେ ‘ରାମାୟଣ’ ଓ ‘ମହାଭାରତ’। ଲକଡାଉନ ସମୟରେ ଏହି ଧାରାବାହିକର ପ୍ରସାରଣକୁ ନେଇ ଦାବି।

ramayan
ଡିଜାଇନ ଫଟୋ
author img

By

Published : Mar 26, 2020, 12:42 PM IST

ମୁମ୍ବାଇ: ଗୋଟିଏ ପଟେ ବର୍ତ୍ତମାନ କୋରୋନା ଭାଇରସ ପାଇଁ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡିଛି। ଆଉ ଅନ୍ୟ ପଟେ ସିନେମା ଜଗତ ବନ୍ଦ ଥିବାରୁ ଦର୍ଶକଙ୍କ ମନୋରଞ୍ଜନ ଉପରେ ପ୍ରଭାବ ପଡିଥିବାର ଦେଖିବାକୁ ମିଳୁଛି। ହେଲେ ଇତିମଧ୍ୟରେ ସୋସିଆଲ ମିଡିଆ ୟୁଜର୍ସ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’କୁ ପୁଣିଥରେ ପ୍ରସାରଣ କରିବାକୁ ଦାବି କରିଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଅନେକ ଏମିତି ପୋଷ୍ଟ ସାମ୍ନାକୁ ଆସିଥିଲା, ଯେଉଁଥିଲେ ସୋସିଆଲ ମିଡିଆ ୟୁଜର୍ସ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଓ ବିଆର ଚୋପ୍ରାଙ୍କ ‘ମହାଭାରତ’ ଦେଖିବାକୁ ଦାବି କରିଥିଲେ।

ଅନେସ ୟୁଜର୍ସ ଦୂରଦର୍ଶନ ଓ ପ୍ରସାର ଭାରତୀ ସହ ପିଏମ ମୋଦି, ପ୍ରକାଶ ଜାବେଦକରଙ୍କୁ ସୋସିଆଲ ମିଜିଆର ପୋଷ୍ଟ ଟ୍ୟାଗ କରି ଏହି ଦାବି କରିଛନ୍ତି। ୟୁଜର୍ସଙ୍କ ଅନୁୟାୟୀ ଲକଡାଉନ ପାଇଁ ବର୍ତ୍ତମାନ ସେମାନେ ଘରେ ରହୁଛନ୍ତି । ଏମିତି ପରିସ୍ଥିତିରେ ପିଲାଙ୍କ ପାଇଁ କିଛି ଭଲ ଶିଖିବାକୁ ମିଳିବ। ଆଉ ବୟସ୍କ ବ୍ୟକ୍ତିଙ୍କ ସ୍ମୃତି ତାଜା ହୋଇଯିବ। ଏହାଦ୍ବାରା ସମସ୍ତେ ମନୋରଞ୍ଜନ ପାଇ ପାରିବେ।

ଏହି ମାମଲାରେ ଗୁଡନ୍ୟୁଜ ଶୁଣିବାକୁ ମିଳୁଛି ଯେ ଖୁବଶୀଘ୍ର ଦର୍ଶକଙ୍କ ପାଇଁ ଇଚ୍ଛା ପୂରଣ କରାଯାଇପାରେ । ପ୍ରସାର ଭାରତୀର ସିଇଓ ଶଶି ଶେଖର ଏହି ମାମଲା ଏକ ଟ୍ବିଟ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହା ଉପରେ କଥାବାର୍ତ୍ତା ଚାଲିଛି । ଖୁବଶୀଘ୍ର ଦର୍ଶକଙ୍କ ଡିମାଣ୍ଡ ପୂରଣ କରାଯିବ ବୋଲି କହିଛନ୍ତି ଶଶି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.