ETV Bharat / sitara

ବିଗବସ 14ରେ ପ୍ରେମ ଋତୁ, ଜାନ୍-ନିକ୍କିଙ୍କ ନୂଆ ସମ୍ପର୍କକୁ ନେଇ ଚର୍ଚ୍ଚା

author img

By

Published : Oct 27, 2020, 7:10 PM IST

ନିକ୍କିଙ୍କୁ କିସ୍ କରି ଚର୍ଚ୍ଚାରେ ଜାନ୍। ଏବର୍ଷ ଏହି ଯୋଡି ବିଗବସ ହାଉସର ରୋମାଣ୍ଟିକ କପଲ ସାଜିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଲର୍ସ ଚ୍ୟାନେଲ
ଫଟୋ ସୌଜନ୍ୟ: ଟ୍ବିଟର@କଲର୍ସ ଚ୍ୟାନେଲ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ବିଗବସରେ ସବୁଥର ପ୍ରତିଯୋଗୀଙ୍କ ପ୍ରେମ କାହାଣୀ ନିହାତି ଦେଖିବାକୁ ମିଳିଥାଏ । କିଛି ପ୍ରେମ କାହାଣୀ ବିଗବସ ହାଉସରେ ସୀମିତ ଥିବା ବେଳେ ଆଉ କିଛି ହାଉସ ବାହାରେ ମଧ୍ୟ ଜୋରସୋରରେ ଚାଲିଥାଏ। ଏବର୍ଷ ସିଜନରେ ମଧ୍ୟ ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ରୋମାଣ୍ଟିକ ଅନ୍ଦାଜ।

ଆଜ୍ଞା ହଁ, ବିଗବସ 14ର ପ୍ରେମ କାହାଣୀ ନିକ୍କି ତମ୍ବୋଲି ଓ ଜାନ କୁମାର ସାନୁଙ୍କ ମଧ୍ୟରେ ଆରମ୍ଭ ହେଉଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା । ଖାଲି ଏତିକି ନୁହେଁ ନିକ୍କିଙ୍କୁ କିସ୍ କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ଜାନ୍ ।

ବିଗବସ ହାଉସରେ ଏହି ଯୋଡିଙ୍କ ମଧ୍ୟରେ କେବେ ନୋକ-ଝୋକ ତ କେବେ ପ୍ରେମଭରା ଅନ୍ଦାଜ ଦେଖିବାକୁ ମିଳୁଛି । ନିକ୍କିଙ୍କ ଉପରେ ହୃଦୟ ହାରି ବସିଛନ୍ତି ଜାନ୍। ହେଲେ ନିକ୍କି କେବଳ ତାଙ୍କୁ ନିଜର ଭଲ ସାଙ୍ଗ ମାନୁଛନ୍ତି ବୋଲି ଅନେକ ଥର କହିସାରିଲେଣି ।

ସବୁଠୁ ମଜାଦାର କଥା ହେଲା ଯେ ଏଥର ‘ୱିକେଣ୍ଡ କା ୱାର’ ଏପିସୋଡରେ ଏହି ଦୁଇଜଣଙ୍କ ମଧ୍ୟ କିଛି କଥାକୁ ନେଇ ଝଗଡା ହୋଇଥିଲା । ଆଉ ପରସ୍ପର ଉପରେ ରାଗି ବସିଥିଲେ ଏହି ଯୋଡି । କିନ୍ତୁ ଜାନ୍ ନିଜ ବିନ୍ଦାସ ଅନ୍ଦାଜରେ ନିକ୍କିଙ୍କୁ କିସ୍ କରି ମାମଲାକୁ ଥଣ୍ଡା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.