ETV Bharat / sitara

ମା’ ହେବା ଖବରକୁ ଖଣ୍ଡନ କଲେ ୟୁବିକା

author img

By

Published : Nov 6, 2020, 12:52 PM IST

ଚର୍ଚ୍ଚାରେ ୟୁବିକା । ନିକଟରେ ତାଙ୍କ ଗର୍ଭବତୀ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହା ଉପରେ ବୟାନ ଦେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟୁବିକା ଚୌଧୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟୁବିକା ଚୌଧୁରୀ

ମୁମ୍ବାଇ: ୟୁବିକା ଚୌଧୁରୀ ଓ ପ୍ରିନ୍ସ ନରୁଲା ଟିଭିର ପପୁଲାର ଯୋଡି ମଧ୍ୟରେ ଅନ୍ୟତମ । ଫ୍ୟାନ୍ସଙ୍କ ଠାରୁ ଏହି ଯୋଡିକୁ ଖୁବ୍ ଭଲ ପାଇବା ମିଳେ । ହେଲେ ଏବେ ଭିନ୍ନ ଏକ କାରଣ ପାଇଁ କିଛି ଦିନରୁ ଚର୍ଚ୍ଚାରେ କପଲ । ବର୍ତ୍ତମାନ ଚର୍ଚ୍ଚାରେ ୟୁବିକାଙ୍କ ଗର୍ଭବତୀ କଥା । କାରଣ ନିକଟରେ ସେ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ପିଙ୍କ ଅନାରକଲି ସୁଟ ପିନ୍ଧିଥିବାର ଦେଖାଯାଇଥିଲା । ଏହାକୁ ଦେଖି ଫ୍ୟାନ୍ସ ଅନୁମାନ ଲଗାଇଥିଲେ ଯେ ୟୁବିକା ଗର୍ଭବତୀ ଅଛନ୍ତି । ଯାହାପରେ ତାଙ୍କୁ ଫ୍ୟାନ୍ସଙ୍କ ଶୁଭେଚ୍ଛା ମିଳିବା ମଧ୍ୟ ଆରମ୍ଭ ହୋଇଯାଇଥିଲା ।

ହେଲେ ଏବେ ଏହାକୁ ଖଣ୍ଡନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ସେ। ଏହି ଖବର ଉପରେ ଫୁଲଷ୍ଟପ ଲଗାଇ ସେ କହିଛନ୍ତି, ‘ମୁଁ ଗର୍ଭବତୀ ନାହିଁ । ମୋ ଏକ ରୋଗରୁ ବର୍ତ୍ତମାନ ସୁସ୍ଥ ହୋଇଛି । ମତେ କୋରୋନା ହୋଇଥିଲା ଆଉ ଏହା ପରେ ଡେଙ୍ଗୁ । ମୋ ଗର୍ଭବତୀ କଥା ସମ୍ପୂର୍ଣ୍ଣ ମିଛ । ଯାହା ଶୁଣି ମତେ ହସ ଲାଗୁଛି । ମୁଁ ମା' ହେବାକୁ ଚାହୁଁଛି । ହେଲେ ସେ ସମୟ ଏବେ ଆସିନାହିଁ । ଯେବେ ଆସିବ ମୁଁ ନିଜେ ଆପଣଙ୍କ ସହ ସେୟାର କରିବି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.