ମୁମ୍ବାଇ: ଟିଭିର ପପୁଲାର ଶୋ ‘ତାରକ ମେହତା କା ଉଲଟା ଚଷମା’ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ପାଖାପାଖି 115 ଦିନ ପରେ ଶୋର ସୁଟିଂ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଏକ୍ସାଇଡେଟ ଦର୍ଶକ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏହାର ନୂଆ ଏପିସୋଡ ଖୁବଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ଆଜ୍ଞା ହଁ, ଏମାସ 22 ତାରିଖରେ ପ୍ରସାରିତ ହେବ ନୂଆ ଏପିସୋଡ । ଯାହା ଦର୍ଶକଙ୍କୁ ଖୁବ୍ ହସାଇବ।
ଏହାପୂର୍ବରୁ ଶୋ ସୁଟିଂ ହେବାର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଫେସ ସିଲ୍ଡ ଓ ମାସ୍କ ସହ ସେଟରେ କ୍ରୁ ମେମ୍ବର ନଜର ଆସୁଥିଲେ । ସେଟରୁ ଫଟୋ ଗୁଡିକ ଶୋର ନିର୍ଦ୍ଦେଶକ ମାଲବ ରାଜଦା ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।
ଏଥର ମଧ୍ୟ ନୂଆ ଏପିସୋଡରେ ସେହି ମଦାଜାର କାହାଣୀ, ପଜିଡିଭିଟି ଓ ଗୋକୁଲଧାମ ସୋସାଇଟିର ଲୋକଙ୍କ ପ୍ରେମ ଦେଖିବାକୁ ପାଇବେ ଦର୍ଶକ । ପ୍ରକାଶ ଥାଉକି ଏମାସ 28 ତାରିଖରେ ଶୋକୁ 12 ବର୍ଷ ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ଖୁସି ଷ୍ଟାର-କାଷ୍ଟ।