ETV Bharat / sitara

ଦୂରଦର୍ଶନକୁ ଫେରିଲା ଶାହରୁଖଙ୍କ ପ୍ରଥମ ଧାରାବାହିକ ‘ସର୍କସ’

‘ରାମାୟଣ’ ପ୍ରସାରଣ ହେବା ଘୋଷଣା ପରେ ଆଉ ଦୁଇଟି ଧାରାବାହିକ ‘ମହାଭାରତ’, ‘ସର୍କସ’ ପ୍ରସାରଣର ଘୋଷଣା ହୋଇଛି । ଆଜିଠୁ ପୁଣି ଟିଭି ସାମ୍ନାରେ ଦର୍ଶକଙ୍କ ଭିଡ ଜମିବ।

mahabharat
ଡିଜାଇନ ଫଟୋ
author img

By

Published : Mar 28, 2020, 9:36 AM IST

ମୁମ୍ବାଇ: ଲକଡାଉନ ମଧ୍ୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ପୁଣିଥରେ 80-90 ଦଶକର କିଛି ଫେମସ ଧାରାବାହିକ ପ୍ରସାରଣ ହେବାକୁ ଯାଉଛି । ଯାହାକୁ ନେଇ ଦର୍ଶକଙ୍କ ଖୁସି ନକହିଲେ ସରେ। ସୁପରଷ୍ଟାର ଶାହରୁଖ ଖାନଙ୍କ ବହୁ ଚର୍ଚ୍ଚିତ ଧାରାବାହିକ ‘ସର୍କସ’କୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ପାଇବେ ଦର୍ଶକ। ଏହାର ଘୋଷଣା ଦୂରଦର୍ଶନ ସହ ଶାହରୁଖ ନିଜେ ମଧ୍ୟ କରିଛନ୍ତି ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ଦୂରଦର୍ଶନ ନ୍ୟାସନାଲ ଚ୍ୟାନେଲ

ଦୂରଦର୍ଶନ ନ୍ୟାସନାଲ ଟ୍ବିଟର ଜରିଆରେ ଶାହରୁଖଙ୍କ ଏକ ପୁରୁଣା ଫଟୋ ସେୟାର କରାଯାଇଛି ଧାରାବାହିକ ପ୍ରସାରଣର ଘୋଷଣା କରାଯାଇଛି। ଟ୍ବିଟରେ ଲେଖାଯାଇଛି, ‘ଶନିବାର ରାତି 8 ଘଟିକା ସମୟରେ ଦୂରଦର୍ଶନ ନ୍ୟାସନାଲରେ ଆପଣଙ୍କ ଫେଭରେଟ ଧାରାବାହିକ ସର୍କସ ପ୍ରସାରଣ ହେବ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ଲକଡାଉନ ସମୟରେ ଏହି ଧାରାବାହିକକୁ ଏନଜୟ କରନ୍ତୁ ।’

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ଜାଭେଦକର

ପ୍ରକାଶ ଥାଉକି ବର୍ତ୍ତମାନ କୋରୋନା ଭାଇରସ ପାଇଁ ପୁରା ଦେଶ ଲକଡାଉନ ଅଛି । ନିଜ ନିଜ ଘରେ ସମୟ ବିତାଉଥିବା ଦର୍ଶକ ସୋସିଆଲ ମିଡିଆରେ 80-90 ଦଶକର ପପୁଲାର ଶୋ ପ୍ରସାରଣ କରିବାକୁ ଦାବି କରିଥିଲା । ଯାହାକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ଦ୍ବାରା ପୂରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.