ହାଇଦ୍ରାବାଦ: ଏକତା କପୁରଙ୍କ ସୋ 'ପବିତ୍ର ରିସ୍ତା'ରେ ନିଜର ଚମତ୍କାର ଅଭିନୟ ଦ୍ବାରା ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ଘରେ ଘରେ ପରିଚିତ ଥିଲେ । ଶୋ’ର ନିର୍ମାତାମାନେ 2014 ରେ ଶୋ’କୁ ଅଫ୍ ଏୟାର କରିଥିଲେ । ବର୍ତ୍ତମାନ, ପ୍ରାୟ ସାତ ବର୍ଷ ପରେ, 'ପବିତ୍ର ରିସ୍ତା' ଦ୍ବିତୀୟ ସିଜିନ ସହିତ ଫେରିବାକୁ ଯାଉଛି ।

ଏହି ଶୋ ବହୁ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲା । ସୁଶାନ୍ତ ଏବଂ ଅଙ୍କିତାଙ୍କ କେମେଷ୍ଟ୍ରିକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଶୋ’କୁ ଅଫ୍ ଏୟାର ହେବାର ସାତ ବର୍ଷ ବିତିଗଲାଣି କିନ୍ତୁ ଆଜି ମଧ୍ୟ ପ୍ରଶଂସକମାନେ ଏହି ଶୋ’କୁ ସେତିକି ଭଲପାଆନ୍ତି । ଏହାକୁ ଧ୍ୟାନରେ ରଖି ନିର୍ମାତାମାନେ ଦ୍ବିତୀୟ ସିଜିନ ଆଣିବାକୁ ଚିନ୍ତା କରୁଛନ୍ତି ।

ଖବର ଅନୁଯାୟୀ, ଅଙ୍କିତା ପୁଣିଥରେ ଅର୍ଚ୍ଚନା ଦେଶମୁଖଙ୍କ ଚରିତ୍ରରେ ନଜର ଆସିବେ । ଏଥିସହିତ ସୁଶାନ୍ତଙ୍କ ଦ୍ବାରା ଅଭିନୟ କରିଥିବା ମାନବ ଦେଶମୁଖଙ୍କ ଭୂମିକା ପାଇଁ ନିର୍ମାତାମାନେ ଏକ ନୂଆ ଚେହେରା ଖୋଜୁଛନ୍ତି।
ପ୍ରକାଶ ଥାଉ କି, ଏହି ଶୋ ପ୍ରି-ପ୍ରଡକ୍ସନ୍ ଷ୍ଟେଜ ରେ ଅଛି ।