ETV Bharat / sitara

ଅଚିହ୍ନା ରାଇଜରେ ଚକ୍ରଧର

ପରଲୋକରେ ଓଡିଆ ସିନେମା ଜଗତର ବିଶିଷ୍ଟ ନିର୍ଦ୍ଦେଶକ ଚକ୍ରଧର ସାହୁ । ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

author img

By

Published : Feb 6, 2019, 11:53 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ବର: ପରଲୋକରେ ଓଡିଆ ସିନେମା ଜଗତର ବିଶିଷ୍ଟ ନିର୍ଦ୍ଦେଶକ ଚକ୍ରଧର ସାହୁ । ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ନିକଟରେ ଫିଲ୍ମ 'ମୀମାଂସା'ର ନିର୍ଦ୍ଦେଶନା ଦେଇଥିବା ଚକ୍ରଧର କେବଳ ଜଣେ ନିର୍ଦ୍ଦେଶକ ନୁହଁନ୍ତି ବରଂ ଏକାଧାରାରେ ଜଣେ ନିର୍ଦ୍ଦେଶକ, ପ୍ରଯୋଜକ, ଚିତ୍ରନାଟ୍ୟ, ସମ୍ପାଦକ ମଧ୍ୟ । ଫିଲ୍ମ 'ନୀଳ ମାଷ୍ଟ୍ରାଣୀ','ତୁମକୁ ପାରୁନି ମୁଁ ଭୁଲି' ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇ ଚକ୍ରଧର ଓଡିଶାବାସୀଙ୍କ ଜନମାନସରେ ପରିଚିତ ।

ତେବେ ଚକ୍ରଧରଙ୍କ ବିୟୋଗରେ ଓଡିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।

Intro:Body:

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସର ବ୍ୟାପକ ପ୍ରସ୍ତୁତି

କଳାହାଣ୍ଡି: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ କଂଗ୍ରେସ ସରକାର ଗଢିବା ପରେ ଏବେ ରାହୁଲଙ୍କ ଫୋକସରେ ରହିଛି ଓଡିଶା । ଏନେଇ ବୁଧବାର ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସୁଛନ୍ତି । ରାହୁଲ ନିଜ ଓଡିଶା ଗସ୍ତରେ ଭବାନୀପାଟଣା ଓ ରାଉରକେଲାଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରାଧାକୃଷ୍ଣନଗରର ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ତତ୍ତ୍ବାବଧାନରେ ଭବାନୀପାଟଣାଠାରେ ସମାବେଶର ଆୟୋଜନ କରାଯାଇଛି । ସମାବେଶରେ ଯୋଗ ଦେବାକୁ ଥିବା ପ୍ରାୟ 1 ଲକ୍ଷ ଲୋକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଥିସହ ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି 10 ପ୍ଲାଟୁନ ପୋଲିସ ଫୋର୍ସ, 5 ପ୍ଲାଟୁନ ହୋମଗାର୍ଡ, 2ଟି ଡଗ ସ୍କ୍ବାର୍ଡ ସହ 20ଟି ହ୍ୟାଣ୍ଡ ମେଟାଲିକ ଡିଟେକ୍ଟର ଟିମ ନିୟୋଜିତ କରାଯାଇଛି । ସମାବେଶ ପାଇଁ ଥିବା 17ଟି ପ୍ରବେଶ ପଥର ଡିଏଚଏମଡି ଗେଟରେ ତନଖି ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ସମାବେଶରେ ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଭବାନୀପାଟଣାରେ ପହଞ୍ଚି ସାରିଛନ୍ତି । 2019 ନିର୍ବାଚନରେ କଂଗ୍ରେସ ପୁଣି ଶାସନକୁ ଫେରିବା ନେଇ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖା ଦେଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.