ETV Bharat / sitara

ଆମାଜନ ପ୍ରାଇମକୁ ମାତ୍ ଦେଲା ନେଟଫ୍ଲିକ୍ସ

author img

By

Published : Jun 26, 2020, 2:59 PM IST

କିଛି ଦିନ ହେବ ଭାରତର ସିନେ ବଜାରରେ ଆମାଜନ ପ୍ରାଇମ ଭିଡିଓ ଓ ନେଟଫ୍ଲିକ୍ସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ହେଲେ ସାଉଥର ଏକ ଫେମସ ଫିଲ୍ମ ରିଲିଜ କରି ନିଜ ଗ୍ରାହକ ସଂଖ୍ୟା ବଢାଇ ଦେଇଛି ନେଟଫ୍ଲିକ୍ସ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଭାରତରେ ଉପସ୍ଥିତ ତିନୋଟି ସବୁଠୁ ବଡ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ, ନେଟଫ୍ଲିକ୍ସ ଓ ଡିଜନୀ ପ୍ଲସ ହଟଷ୍ଟାର ମଧ୍ୟରେ କଡା ମୁହାଁମୁହିଁ । ବାରମ୍ବାର ନିଜକୁ ଶ୍ରେଷ୍ଠ କରିବାରେ ଲାଗିଛନ୍ତି ଏହି ପ୍ଲାଟଫର୍ମ । ଏହି ସମସ୍ତ ପ୍ଲାଟଫର୍ମଗୁଡିକ ଅଧିକ ଗ୍ରାହକ ଏବଂ ଦର୍ଶକ ପାଇବାକୁ ଅଧିକ ସ୍ଥାନୀୟ ବିଷୟବସ୍ତୁ ଅଧିକାର କିଣିବାକୁ ଚେଷ୍ଟା କରୁଛନ୍ତି | ଆମାଜନ ପ୍ରାଇମ ଭିଡିଓ ଏକା ସାଙ୍ଗରେ 7ଟି ଫିଲ୍ମ ରାଇଟ୍ସ କିଣି ଏହାର ରିଲିଜ ଘୋଷଣା କରିବା ପରେ ଗ୍ରାହକଙ୍କ ସଂଖ୍ୟା ବଢି ବଢି ଚାଲିଥିଲା । ହେଲେ ହଠାତ୍ ସମସ୍ତଙ୍କ ପାଇଁ ଅବିଶ୍ବସନୀୟ ଥିଲା ଯାହା ନେଟଫ୍ଲିକ୍ସ କରିଛି ।

କଥାଟି ହେଲା ଯେ କିଛି ଦିନ ହେବ ଆମାଜନ ପ୍ରାଇମ ଭିଡିଓ ଭାରତ ବିଭିନ୍ନ ଭାଷାର 7ଟି ଫିଲ୍ମ ର ଶୀର୍ଷକ ନିଜ ପ୍ଲାଟଫର୍ମରେ ରିଲିଜ କରିବାର ଘୋଷଣା କରିଥିଲା । ଏହି କ୍ରମରେ ସାମିଲ ଅଛି ‘ପୋନମାଗଲ’,‘ଭନ୍ଧାଲ’,‘ପେଙ୍ଗୁଇନ’,‘ଗୁଲାବୋ-ସିତାବୋ’, ‘ସୁଫିୟୁମ ସୁଜାତାୟୁମ’ । ‘ଶଙ୍କୁନ୍ତଳା ଦେବୀ’, ‘ଲ‘ ଏବଂ ‘ଫ୍ରେଞ୍ଚ ବିରୟାନୀ’ । ଏଥି ମଧ୍ୟରୁ ତିନୋଟି ଫିଲ୍ମ ରିଲିଜ ହୋଇସାରିଛି । ଆଉ ଚାରୋଟି ଫିଲ୍ମର ରିଲିଜ ବାକି ଅଛି । ରିଲିଜ ହୋଇଥିବା ଫିଲ୍ମର ଜବରଦସ୍ତ ପ୍ରମୋଶନ ମଧ୍ୟ କରାଯାଇଥିଲା । ହେଲେ ଫିଲ୍ମ ଗୁଡିକକୁ କିଛି ଖାସ୍ ପ୍ରତିକ୍ରିୟା ମିଳିନାହିଁ ।

ଇତିମଧ୍ୟରେ ନେଟଫ୍ଲିକ୍ସ କେବଳ ଗୋଟିଏ ଫିଲ୍ମ ‘କ୍ରିଷ୍ଣା ଆଣ୍ଡ ହିଜ ଲୀଲା’ ରିଲିଜ କରି ଚର୍ଚ୍ଚାରେ । ରବିକାନ୍ତ ପେରେପୁଙ୍କ ଦ୍ବାରା ନିର୍ଦ୍ଦେଶିକ ଏହି ଫିଲ୍ମ ଶୁକ୍ରବାରରେ ନେଟଫ୍ଲିକ୍ସରେ ରିଲିଜ କରାଯାଇଥିଲା । ଯାହାକୁ ଦର୍ଶକ ଓ କ୍ରିଟିକ୍ସଙ୍କ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ସବୁଠୁ ମୁଖ୍ୟ କଥା ହେଲା ଯେ ଫିଲ୍ମର ବିନା ପ୍ରମୋଶନରେ ନେଟଫ୍ଲିକ୍ସରେ ଏହି ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଛି । ଏହାକୁ ଆଧାର କରି ନେଟଫ୍ଲିକ୍ସରେ ମାତ୍ର ଗୋଟିଏ ଦିନରେ ଅଧିକ ଗ୍ରାହକ ବଢିଯାଇଛନ୍ତି । ଯାହା ଆମାଜନ ପ୍ରାଇମ ଭିଡିଓକୁ ମଧ୍ୟ ପଛରେ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.