ETV Bharat / sitara

ନେହାଙ୍କ ମ୍ୟୁଜିକ ଭିଡିଓରେ ରୋମାନ୍ସ କରିବେ ଅଭିନବ-ରୁବିନା

author img

By

Published : Mar 10, 2021, 8:34 AM IST

ନେହା କକ୍କରଙ୍କ ଆଗାମୀ ମ୍ୟୁଜିକ ଭିଡିଓ ‘ମରଜାନୟା’ର ଫାଷ୍ଟଲୁକ ପୋଷ୍ଟର ରିଲିଜ । ନଜର ଆସିବେ ରୁବିନାଙ୍କ ସହ ଅଭିନବ। ପୁଣି ପରଦାରେ ଦେଖିବାକୁ ମିଳିବ ପତି-ପତ୍ନୀଙ୍କ କେମେଷ୍ଟ୍ରି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୁବିନା ଦିଲୈକ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୁବିନା ଦିଲୈକ

ମୁମ୍ବାଇ: ‘ବିଗବସ 14’ ଟ୍ରଫି ଜିତିବା ପରେ ରୁବୀନା ଦିଲୈକ ଏବେ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଲାଙ୍କ ସହ ସମୟ ବିତାଉଛନ୍ତି । ହେଲେ ଏହି ଯୋଡି ଖୁବଶୀଘ୍ର ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । କାରଣ ଫେମସ ଗାୟିକା ନେହା କକ୍କରଙ୍କ ଆଗାମୀ ମ୍ୟୁଜିକ ଭିଡିଓ ‘ମରଜାନୟା’ରେ ଠୁମକା ଲଗାଇବେ ଅଭିନବ ଓ ରୁବିନା । ଯାହାର ଫାଷ୍ଟଲୁକ ପୋଷ୍ଟର ମଙ୍ଗଳବାର ରିଲିଜ କରିଥିଲେ ମେକର୍ସ ।

ଏହି ପୋଷ୍ଟରରେ ପତି-ପତ୍ନୀଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଦୁଇଜଣ ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ।

ରୁବିନା ପୋଷ୍ଟରର କ୍ୟାପସନରେ ଲେଖିଛନ୍ତି, ‘ସୁପର ଏକ୍ସାଇଟେଡ ଅଛି ମରଜାନୟାର ଘୋଷଣା କରି ।’ ପ୍ରକାଶ ଥାଉକି 2018 ଜୁନ 21ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଅଭିନବ ଓ ରୁବିନା । ଟିଭିର ପପୁଲାର ଯୋଡି ମଧ୍ୟରେ ଏମାନେ ମଧ୍ୟ ସାମିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.