ETV Bharat / sitara

Dance + ଶୋ'ରେ ଶକ୍ତିଙ୍କୁ ପ୍ରପୋଜ କଲେ ନୀରଜ, ଭିଡ଼ିଓ ଭାଇରାଲ

author img

By

Published : Sep 28, 2021, 5:22 PM IST

ଲୋକପ୍ରିୟ ଡ୍ୟାନ୍ସ ଶୋ'ରେ ନଜର ଆସିଲେ ସୁନା ପୁଅ ନୀରଜ ଚୋପ୍ରା । ଶକ୍ତିଙ୍କୁ କଲେ ପ୍ରପୋଜ, ଏମିତି ରିଆକ୍ଟ କଲେ ରାଘବ । ଅଧିକ ପଢନ୍ତୁ...

Dance + ଶୋ'ରେ ଶକ୍ତିଙ୍କୁ ପ୍ରପୋଜ କଲେ ନୀରଜ, ଭିଡ଼ିଓ ଭାଇରାଲ
Dance + ଶୋ'ରେ ଶକ୍ତିଙ୍କୁ ପ୍ରପୋଜ କଲେ ନୀରଜ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ନେଇ ଥମୁନାହିଁ ଚର୍ଚ୍ଚା । ଏବେ ଡ୍ୟାନ୍ସ ପ୍ଲସ-୬ରେ ଯୋଗ ଦେବା ସମୟରେ କୋରିଓଗ୍ରାଫର ଶକ୍ତି ମୋହନଙ୍କୁ ପ୍ରପୋଜ କରିଛନ୍ତି ହ୍ୟାଣ୍ଡସମ ନୀରଜ । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଶୋ'ର ଏକ ପ୍ରୋମୋ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନୀରଜ ଏଥିରେ ଅତିଥି ଭାବେ ସାମିଲ ହୋଇଥିଲେ । ଏହାସହିତ 'ଇଶ୍କ ତେରା ତଡପାୱେ' ରେ ଶୋ'ର ସମସ୍ତ ପ୍ରତିଯୋଗୀଙ୍କ ସହିତ ଜୋରଦାର ଡ୍ୟାନ୍ସ ମଧ୍ୟ କରିଛନ୍ତି । ଏହି ଭାଇରାଲ ଭିଡ଼ିଓରେ ଶୋ'ର ସମସ୍ତ ଜଜ୍‌ ଶକ୍ତିଙ୍କୁ ପ୍ରପୋଜ କରିବା ପାଇଁ ନୀରଜଙ୍କୁ କହିଥିଲେ । ଏହାପରେ ହୋଷ୍ଟ ରାଘବ ଜୁୟଲଙ୍କ ରିଆକ୍ସନ ବେଶ ରୋମାଞ୍ଚକର ଥିଲା । ରାଘବଙ୍କ ଈର୍ଷା ପରାୟଣତା ଭାବ ଦେଖିବାକୁ ମିଳିଥିଲା । ଯାହାର ସମସ୍ତେ ଖୁବ ମଜା ଉଠାଇଥିଲେ ।

ସେପଟେ ନୀରଜ ଶକ୍ତିଙ୍କୁ ହରିୟାଣା ଷ୍ଟାଇଲରେ କରିଥିଲେ ପ୍ରପୋଜ । ନୀରଜ ଶକ୍ତିଙ୍କୁ କହିଥିଲେ ଯେ, "ମେରି ଲାଇଫ ମେ ତୋ ସବସେ ଜରୁରୀ ଜାଭଲିନ ହେ, ମୁଝେ ବାକି କୁଛ ନା ଔର ନା ଇତନା ଅଚ୍ଛା ଖାନା ବନାନା ଆତା ହେ...ଔର ନା ମେ ଜ୍ୟାଦା ଟାଇମ ଦେ ସୁକୁଁ ହୁଁ । " ନୀରଜଙ୍କ ଏହି ପ୍ରପୋଜିଂ ଷ୍ଟାଇଲ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା ।

ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ପୁରା ଦେଶରୁ ଭଲ ପାଇବା ମିଳିଥିଲା । ଯୁବତୀମାନେ ମଧ୍ୟ ନୀରଜଙ୍କ ଉପରେ ଫିଦା ହୋଇଥିଲେ । ଏହାପରେ ରାତାରାତି ତାଙ୍କ ଫ୍ୟାନ୍ସ ଫଲୋଇଂ ବଢି ବଢି ଯାଇଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.