ନୂଆଦିଲ୍ଲୀ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ତଥା ଅଭିନେତ୍ରୀ ମଦଲସା ଶର୍ମା ବର୍ତ୍ତମାନ ଟିଭିର ନଂ- 1 ଶୋ 'ଅନୁପମା'ରେ କାବ୍ୟା ଭୂମିକାରେ ଅଭିନୟ କରୁଛନ୍ତି।
- " class="align-text-top noRightClick twitterSection" data="
">
ମଦଲସା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।
ଏବେ ମଦଲସା ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସେ ଲୋକପ୍ରିୟ ଇଙ୍ଗଲିସ ଗୀତ 'Don't Rush' (Don't Rush challenge) ରେ ନାଚୁଥିବାର ନଜର ଆସିଛନ୍ତି। ଏଥିସହିତ ତାଙ୍କ ସହିତ ସୁଧାଂଶୁ ପାଣ୍ଡେ ମଧ୍ୟ ଡ୍ୟାନ୍ସ କରୁଛନ୍ତି, ଯିଏ ଶୋ’ରେ ତାଙ୍କ ବଏଫ୍ରେଣ୍ତ ଭୂମିକାରେ ଅଭିନୟ କରୁଛନ୍ତି ।
- " class="align-text-top noRightClick twitterSection" data="
">
ମଦଲସାଙ୍କର ଏହି ଭିଡିଓକୁ ଫ୍ୟାନ୍ସ ବହୁତ ପସନ୍ଦ କରିବା ସହିତ ବହୁ ଭାଇରାଲ ହେବାରେ ମଧ୍ୟ ଲାଗିଛି । ନିକଟରେ ନିଆ ଶର୍ମା ମଧ୍ୟ 'Don't Rush' ଗୀତରେ ଡ୍ୟାନ୍ସ କରିଥିଲେ । ଯାହା ବହୁତ ଲୋକପ୍ରିୟ ହୋଇଥିଲା ।
ପ୍ରକାଶ ଥାଉ ଯେ, ମଦଲସା ଲୋକପ୍ରିୟ ଅଭିନେତ୍ରୀ ଶୀଲା ଶର୍ମାଙ୍କ ଝିଅ । ସେ 10 ଜୁଲାଇ 2018 ରେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହଙ୍କୁ ବିବାହ କରିଥିଲେ ।