ମୁମ୍ବାଇ: ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ ଗତ 3 ମାସରୁ ବନ୍ଦ ପଡିଥିବା ସବୁ ପ୍ରୋଜେକ୍ଟର କାମ ଧିରେ ଧିରେ ଆରମ୍ଭ ହେଉଛି । ଅନେକ ଧାରାବାହିକର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଇତିମଧ୍ୟରେ ସୋନି ଟିଭିର ପପୁଲାର ସିରିୟଲ ‘ମେରେ ସାଈ’କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ସିରିୟଲ କାଷ୍ଟରେ ସାମିଲ ଥିବା ଜଣେ ମେମ୍ବର କୋରୋନା ପଜିଟିଭ ବାହାରିଛନ୍ତି । ପାଖାପାଖି 100 ଦିନ ପରେ ଏହାର ସୁଟିଂ ଆରମ୍ଭ ହୋଇଥିଲା । ହେଲେ ସୁଟିଂ ଆରମ୍ଭ ହେବା ସହ ବନ୍ଦ ମଧ୍ୟ ହୋଇଯାଇଛି ।
ଆକ୍ଟର ତୁଷାର ଦଲ୍ବୀ ମିଡିଆକୁ ଜଣାଇଛନ୍ତି ଯେ ଏହି ଖବର ତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କିଛି ଦିନ ସିରିୟଲର ସୁଟିଂକୁ ବନ୍ଦ ରଖାଯାଇଛି । କୋରୋନା ସଂକ୍ରମିତ ହେବାକୁ ସେ ସରପ୍ରାଇଜ ମାନିବେ ନାହିଁ । କାରଣ କୌଣସି ବି ମଣିଷକୁ ଏହା ହୋଇପାରେ । ଯାହା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ଯେମିତି ସମସ୍ତଙ୍କୁ ଏହି ବଷୟରେ ଜଣାପଡିଲା ପୁରା ଟିମ ନିଜକୁ ସେଲ୍ଫ କ୍ବାରେଣ୍ଟିନରେ ରଖିଦେଇଛନ୍ତି । ବର୍ତ୍ତମାନ ସେ ଘରେ ଅଛନ୍ତି ଆଉ ସୁସ୍ଥ ମଧ୍ୟ । ଟିମର ଅନ୍ୟ ମେମ୍ବର୍ସ ମଧ୍ୟ ଠିକ୍ ଅଛନ୍ତି । ଖୁବଶୀଘ୍ର ସୁଟିଂ ଆରମ୍ଭ ହେବ ।