ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ମାହି ବିଜ୍ । ମାହି ଅନେକ ସମୟରେ ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି । ଆଉ ନିକଟରେ ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସ୍ବାମୀ ଜୟଙ୍କ ସହିତ ଏକ ପୋଷ୍ଟ ଶେୟାର କରିଛନ୍ତି । ଏହି ଫଟୋରେ ଖୁବ୍ ଚୁଲବୁଲି ଅନ୍ଦାଜରେ ନଜର ଆସିଛନ୍ତି ମାହି ।
ଏହି ଫଟୋକୁ ପୋଷ୍ଟ କରିବା ସହ ସେ ଲେଖିଛନ୍ତି, ମୋ ଭିତରେ ବଢୁଥିବା ଜୀବନକୁ ଶୁଭକାମନା । ଫଟୋରେ ମାହି ନିଜ ପେଟରେ ହାତ ମାରିବା ସହିତ ନିଜର ଗର୍ଭ ଧାରଣକୁ ଉପଭୋଗ କରୁଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ମାହି ଏବେ ଗର୍ଭବତୀ ଅଛନ୍ତି । ଏହାର ସୂଚନା ସେ ପୂର୍ବରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଦେଇଥିଲେ ।