ETV Bharat / sitara

ଦୁଇଟି ଚ୍ୟାନେଲରେ ଏକାଠି ପ୍ରସାରଣ ହେବ ‘ମହାଭାରତ’ - 80-90 ଦଶକର ପପୁଲାର ଧାରାବାହିକ

80-90 ଦଶକର ପପୁଲାର ଧାରାବାହିକକୁ ପୁଣି ଥରେ ଦେଖିବାକୁ ପାଉଛନ୍ତି ଲକଡାଉନରେ ଘରେ ବନ୍ଦ ଥିବା ଦର୍ଶକ। ଏବେ ‘ମହାଭାରତ’କୁ ନେଇ ପୁଣି ଚର୍ଚ୍ଚା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : May 17, 2020, 4:07 PM IST

ମୁମ୍ବାଇ: 80 ଦଶକରେ ଦୂରଦର୍ଶନରେ ପ୍ରସାରିତ ହୋଇଥିବା ବିଆର ଚୋପ୍ରାଙ୍କ ପ୍ରତିଷ୍ଠିତ ପୌରାଣିକ ଧାରାବାହିକ ‘ମହାଭାରତ’ ପୁନଃ ପ୍ରସାରଣକୁ ନେଇ ଚର୍ଚ୍ଚାରେ। ଦୂରଦର୍ଶନ ନିଜର ପୁରୁଣା ଧାରାବାହିକ ପୁନଃ ପ୍ରସାରଣ କରି ଟିଆରପି ମାମଲାରେ ସବୁ ଚ୍ୟାନେଲକୁ ପଛରେ ପକାଇଦେଇଛି । ଲକଡାଉନରେ ଏହି ସୁବ ଧାରାବାହିକ ଦ୍ବାରା ଘରେ ବନ୍ଦ ଥିବା ଦର୍ଶନ ଖୁବ୍ ମନୋରଞ୍ଜନ ହେଉଛନ୍ତି । ହେଲେ ‘ମହାଭାରତ’ ଏବେ କଲର୍ସ ଚ୍ୟାନେଲରୁ ନେଇ ଷ୍ଟାର ଭାରତରେ ପହଞ୍ଚିଲାଣି।

କଥାଟି ହେଲା ଯେ କଣ୍ଟେଣ୍ଟର ଅଭାବ ହେବା ଯୋଗୁ ଏହି ଦୁଇ ଚ୍ୟାନେଲ ଆସନ୍ତା ସୋମବାରରୁ ମହାଭାରତର ପ୍ରସାରଣ କରିବାକୁ ଯାଉଛି। ଆଉ ରାତି 8 ଟାରେ ପୁଣିଥରେ ଏହିକୁ ଦେଖିପାରିବେ ଦର୍ଶକ। ବର୍ତ୍ତମାନ ଅନେକ ଚ୍ୟାନେଲ ନିଜ ଟିଆରପି ବଢାଇବା ପାଇଁ ନିଜର ପପୁଲାର ଶୋକୁ ପୁନଃ ପ୍ରସାରଣ କରିବାରେ ଲାଗିଛି।

ଏହି ମାମଲାରେ ଚ୍ୟାନେଲ ତରଫରୁ କୁହାଯାଇଛି ଯେ ଏହି ଶୋକୁ ପ୍ରସରଣ କରିବା ଉଦ୍ଦେଶ୍ୟ ହେଲା ଯେ ଅନ୍ଧାର ପରେ ଆଲୋକର ସକାରାତ୍ମକ ବିଚାରକୁ ପ୍ରୋତ୍ସାହିତ କରିବା । ‘ମହାଭାରତ’ରେ ଜୀବନର ଅନେକ ଶିକ୍ଷା ଦିଆଯାଇଛି । ଯଦି ଏହି ଶୋକୁ ବାରମ୍ବାର ଟେଲିକାଷ୍ଟ କରାଯିବ ତେବେ ଆଜିର ପିଢି ଏହାଦ୍ବାରା ଅନେକ ସକାରାତ୍ମକ ଜିନିଷ ଶିଖିପାରିବେ।

ପ୍ରଥମଥର ଏମିତି ହେବାକୁ ଯାଉଛି ଯେ ଗୋଟିଏ ଧାରାବାହିକକୁ ଭିନ୍ନ ଭିନ୍ନ କମ୍ପାନୀର ଚ୍ୟାନେଲରେ ଏକାଠି ପ୍ରସାରଣ କରାଯିବା । ପ୍ରକାଶ ଥାଉକି ‘ମହାଭାରତ’ର ମୁକେଶ ଖନ୍ନା, ପୁନୀତ ଇସ୍ସର, ପଙ୍କଜ ଧୀର, ନିତିଶ ଭରଦ୍ବାଜ, ରୂପା ଗାଙ୍ଗୁଲୀ, ଗଜେନ୍ଦ୍ର ଚୌହାନ ଭଳି କଳାକାର ଶାନଦାର ଅଭିନୟ କରି ସମସ୍ତଙ୍କ ମନ କିଣିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.