ETV Bharat / sitara

‘ସୁପର ଷ୍ଟାର ସିଙ୍ଗର’ର ମୁକୁଟ ପିନ୍ଧିଲେ 9 ବର୍ଷିୟା ପ୍ରୀତି

author img

By

Published : Oct 7, 2019, 2:23 PM IST

ରବିବାର ଆୟୋଜିତ ହୋଇଯାଇଛି ଛୋଟ ପରଦାର ପପୁଲାର ଶୋ ‘ସୁପର ଷ୍ଟାର ସିଙ୍ଗର’ ସିଜନ 1 । ସମସ୍ତଙ୍କ ପଛରେ ପକାଇ ବାଜି ମାରିନେଇଛନ୍ତି କୋଲକାତାର ପ୍ରୀତି ଭଟ୍ଟାଚାର୍ଯ୍ୟ ।

ଫଟୋ ସୌଜନ୍ୟ: ଟ୍ବିଟର@ସୋନି ଟିଭି ଚ୍ୟାନେଲ

ମୁମ୍ବାଇ: ସୋନି ଟିଭିର ପପୁଲାର ରିୟାଲିଟି ଶୋ ‘ସୁପର ଷ୍ଟାର ସିଙ୍ଗର’ ସିଜନ 1ରେ କୋଲକାତାର 9 ବର୍ଷିୟା ପ୍ରୀତି ଭଟ୍ଟଚାର୍ଯ୍ୟ ସମସ୍ତଙ୍କୁ ମାତ ଦେଇ ବିଜୟ ହାସିଲ କରିଛନ୍ତି । ରବିବାର ହୋଇଥିବା ‘ସୁପର ଷ୍ଟାର ସିଙ୍ଗର’ର ସୁପର ଫିନାଲେରେ ପ୍ରୀତିଙ୍କୁ ବିଜେତା ଘୋଷଣା କରାଯାଇଥିଲା । ମୁମ୍ବାଇରେ ଆୟୋଜିତ ହୋଇଥିବା ସୁପର ଫିନାଲେ ପାଇଁ ପାଖାପାଖି ଗୋଟିଏ କୋଟି ଭୋଟ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିଲା । ବିଜେତା ପ୍ରୀତିଙ୍କୁ ଟ୍ରଫି ସହ 15 ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିଛି ।

15 ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା ଏହି ଶୋରେ ପ୍ରୀତି, ମୌଲୀ, ସ୍ନେହା ଶଙ୍କର, ହର୍ଷିତ ନାଥ, ଅଙ୍କୋନା ମୁଖର୍ଜୀ ଓ ନିଷ୍ଠା ଶର୍ମାଙ୍କୁ ଗ୍ରାଣ୍ଡ ଫିନାଲେ ପର୍ଯ୍ୟନ୍ତ ପହଞ୍ଚିବାରେ ସୁଯୋଗ ମିଳିଥିଲା । ଏହି ଛ' ପ୍ରତିଯୋଗୀ ନିଜ ନିଜ ଟିମ କ୍ୟାପ୍ଟେନଙ୍କ ସହ ମିଶି ଶାନଦାର ପରଫର୍ମ ଦେଇଥିଲେ ।

ପ୍ରକାଶ ଥାଉକି ସୁପର ଷ୍ଟାର ସିଙ୍ଗର ଦୁଇ ବର୍ଷରୁ 15 ବର୍ଷ ଛୁଆଁଙ୍କ ସିଙ୍ଗିଂ ଟ୍ୟାଲେଣ୍ଟ ଦୁନିଆ ସାମ୍ନାକୁ ଆଣିବା ପାଇଁ କରାଯାଇଛି । ଅନ୍ୟପଟେ ନୀତିନଙ୍କୁ ଶୋର ବେଷ୍ଟ କ୍ୟାପ୍ଟେନ ଚୟନ କରାଯାଇଛି ।

‘ସୁପର ଷ୍ଟାର ସିଙ୍ଗର’ରେ ଜଜ ରୂପେ ହିମେଶ ରେଶମିୟା, ଅଲ୍ଲକା ଅଗ୍ନିକ ଓ ଜାବେଦ ଅଲ୍ଲୀଙ୍କୁ ଦେଖିବାକୁ ମିଳିଥିଲା । ଶୋର ଫିନାଲେରେ ଦ କପିଲ ଶର୍ମା ଶୋର ଦୁଇ କମେଡିଆନ କ୍ରିଷ୍ଣା ଅଭିଷେକ ଓ କିକୁ ଶାରଦା ମଧ୍ୟ ପରଫର୍ମ କରି ଦର୍ଶକଙ୍କୁ ଖୁବ୍ ହସାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.