ETV Bharat / sitara

ଟିଆରପିରେ ପୁଣି 'ଦ କପିଲ ଶର୍ମା' - archana puran singh

କମେଡିଆନ କପିଲ ଶର୍ମାଙ୍କ ଶୋ କିଛି ଦିନ ହେବ ଟିଆରପି ରେଟିଂରେ ସପ୍ତମ ସ୍ଥାନକୁ ଆସିଯାଇଥିଲା । କିନ୍ତୁ ଏବେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କପିଲ ଶର୍ମା
author img

By

Published : Mar 29, 2019, 11:19 PM IST

ମୁମ୍ବାଇ: ଟେଲିଭିଜନର ସବୁଠାରୁ ପପୁଲାର କମେଡି ଶୋ 'ଦ କପିଲ ଶର୍ମା'ରୁ ନବଜ୍ୟୋତ ସିଂହ ସିନ୍ଧୁ ବାହାରିବା ପରେ ଶୋର ଟିଆରପିମାମଲାରେ ଖୁବ୍ କ୍ଷତି ଦେଖିବାକୁ ମିଳିଥିଲା । ଏବେ କିନ୍ତୁ ଦର୍ଶକଙ୍କ ସହ କପିଲ ଶର୍ମାଙ୍କ ପାଇଁ ଖାସ୍ ଖବର ସାମ୍ନାକୁ ଆସିଛି । କପିଲଙ୍କ ଶୋ ପୁଣିଥରେ ଟପ 5ରେ ସାମିଲ ହୋଇଛି । ଯାହାକୁ ନେଇ ଖୁବ୍ ଖୁସି ଅଛନ୍ତି ଶୋ ମେକର୍ସ ।

ନିକଟରେ ବ୍ରଡକାଷ୍ଟ ରିସର୍ଚ୍ଚଅଡିଏନ୍ସ କାଉନ୍ସିଲ (ବିଏଆରସୀ) 2019ର 12ତମ ସପ୍ତାହରେ
(16 ମାର୍ଚ୍ଚରୁ 22 ମାର୍ଚ୍ଚ)ର ରେଟିଙ୍ଗିସ୍ ଜାରି କରିଥିଲା । ଯେଉଁଥିରେ କପିଲଙ୍କ ଶୋକୁ 2.4 ରେଟିଙ୍ଗସ୍ ପାଇ ଚତୁର୍ଥ ସ୍ଥାନରେ ଆସିଯାଇଛି ।

ଜଣାଇ ଦେଉଛୁ 'କପିଲ ଶର୍ମା ସିଜନ-2' ଗତ ବର୍ଷ ଡିସେମ୍ବର 29ରେ ଆରମ୍ଭ ହୋଇଥିଲା । ଏହି ସିଜନକୁ କପିଲଙ୍କ କମବ୍ୟାକ ମଧ୍ୟ କୁହାଯାଉଛି । ଯାହା ପରେ ଏବର୍ଷ ଆରମ୍ଭରେ କପିଲଙ୍କ ଶୋଟି ସଫଳତା ହାସଲ କରିଥିଲା ।

ବି-ଟାଉନର ଭାଇଜାନ ସଲମାନ ଖାନ ଏହାର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି । ଶୋକୁ ନେଇ ପୁରା ଟିମ ଖୁବ୍ ଉତ୍ସାହିତ ଥିଲେ । କିନ୍ତୁ କିଛି ସମସ୍ୟା ପାଇଁ ଶୋର ଟିଆରପି ଖୁବ୍ କମିଯାଇଥିଲା । ପ୍ରକାଶ ଥାଉକି ପୁଲୱାମା ଆକ୍ରମଣରେ ବିବାଦୀୟ ବୟାନ ଦେଇ ଶୋର ଜଜ୍ ନବଜୋତ ବିବାଦ ଘେରରେ ଆସିଯାଇଥିଲେ । ପରେ ତାଙ୍କୁ ଶୋରୁ ବାହାର କରିଦିଆ ଗଲା । ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚନା ପୁରଣ ସିଂହ ନଜର ଆସିଥିଲେ ।

ଏହି କାରଣ ପାଇଁ ଶୋର ଟିଆରପି କମି ଯାଇ 7ତମ ସ୍ଥାନକୁ ଆସିଯାଇଥିଲା । ଏବେ କିନ୍ତୁ ପୁଣି ଶୋ ନିଜ ସ୍ଥାନକୁ ଫେରିପାରିବାରେ ସଫଳ ହୋଇଛି ।

Intro:Body:

ଭୁବନେଶ୍ବର: ପାହାଳ ସାରଳା ମାର୍ବଲ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ ନୁଆ ମୋଡ । ଏହା ହତ୍ୟା କି ଆତ୍ମହତ୍ୟା ତାହା ପୋଲିସ ପାଇଁ ଏକ ବଡ ସନ୍ଦେହ ଘେର ସୃଷ୍ଟି କରିଛି। କାରଣ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଥିବା ବେଳେ ନୋଟରେ ମୃତ୍ୟୁ ପାଇଁ ବୁବୁନା ଦାୟୀ ବୋଲି ଉଲ୍ଲେଖ ରହିଛି। ତେବେ ପ୍ରଶ୍ନ ଉଠିଛି ଏ ବୁବୁନା କିଏ? ବୁବୁନା ସହ ଗଦାଧରଙ୍କ କି ସମ୍ପର୍କ? କଣ ବୁବୁନା ପାଇଁ ଗଦାଧର ମାନସିକ ଦୁଶ୍ଚିନ୍ତାରେ ରହି ପ୍ରାଣ ହରାଇଛନ୍ତି? ନା ଅନ୍ୟ କୌଣସି କାରଣ ନେଇ ଗଦାଧରଙ୍କୁ କେହି ହତ୍ୟା କରିଛି?

ତେବେ ସମସ୍ତ ଘଟଣା ରହସ୍ୟ ଭିତରେ ରହିଥିବା ବେଳେ ବୁବୁନାକୁ ଖୋଜୁଛି ପୋଲିସ । ଯାହା ଏହି ରହସ୍ୟ ଉପରୁ ପରଦା ହଟାଇବ ବୋଲି ପୋଲିସ ଅନୁମାନ କରୁଛି। ତେବେ ବଡ କଥା ହେଉଛି ହତ୍ୟାକାଣ୍ଡ ପରେ ଦୋକାନ ମାଲିକଙ୍କ ପାଖରେ ପହଞ୍ଚି ପାରୁନି ପୋଲିସ। 

କେବଳ ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ମଧ୍ୟ ମାଲିକକୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରିବାକୁ ପଛଘୁଞ୍ଚା ଦେଉଛି ପୋଲିସ । ଯାହାକୁ ନେଇ କମିଶନରେଟ ପୋଲିସର କାର୍ଯକାରିତା ନେଇ ପ୍ରଶ୍ନ ଉଠିଛି । ତେବେ ବିଶେଷ ସୁତ୍ର ଅନୁସାରେ ବୁବୁନା ଓ ଦୋକାନ ମାଲିକଙ୍କ ମଧ୍ୟରେ ରହିଛି ତିକ୍ତତା । 

ଯାହାର ଫାଇଦା ନେବାକୁ ସିକ୍ୟୁରିଟି ଗାର୍ଡକୁ ମୋହରା କରିଥିଲା ବୁବୁନା । ଏପରିକି କିଛି ଟାଇଲ ଚୋରି ଭଳି ଅଭିଯୋଗ ଗଦାଧର ନାଁରେ ଆଣି ଫସାଇବାକୁ ଚାହୁଁଥିଲେ କିଛି କର୍ମଚାରୀ । ଯାହାକୁ ନେଇ ସେ ଚିନ୍ତାରେ ଥିଲେ ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ। ହେଲେ କେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ପରଦା ହଟାଇବ ପୋଲିସ ତାହା ଉପରେ ଏବେ ସମସ୍ତଙ୍କ ନଜର

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.