ETV Bharat / sitara

ଆସୁଛି 'ପଞ୍ଚାୟତ' ସିଜିନ୍ 2

ୱେବ୍ ସିରିଜ୍ 'ପଞ୍ଚାୟତ'ର ସିଜିନ୍ 2 ରେ କାମ ଚାଲିଛି । ପଞ୍ଚାୟତରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜିତେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି । ଜିତେନ୍ଦ୍ର କହିଛନ୍ତି, ଲକଡାଉନ ପରେ ଏହାକୁ ଅଫିସିଆଲ ଘୋଷଣା କରାଯିବ । ଅଧିକ ପଢନ୍ତୁ...

jitendra kumar opens up on panchayat season-2
'ପଞ୍ଚାୟତ'ର ସିଜିନ୍ 2 ରେ କାମ ଚାଲିଛି: ଜିତେନ୍ଦ୍ର କୁମାର
author img

By

Published : Jun 17, 2020, 10:04 PM IST

ମୁମ୍ବାଇ: ୱେବ୍ ସିରିଜ୍ 'ପଞ୍ଚାୟତ'ର ମୁଖ୍ୟ ଅଭିନେତା ଜିତେନ୍ଦ୍ର କୁମାର ନିଶ୍ଚିତ କରିଛନ୍ତି ଯେ ଏହାର ଦ୍ୱିତୀୟ ସିଜନ୍ ପାଇଁ ପ୍ରସ୍ତୁତି ଚାଲିଛି ।

ଜିତେନ୍ଦ୍ର କହିଛନ୍ତି, 'ପଞ୍ଚାୟତ'ର ପ୍ରଥମ ସିଜିନ ଶେଷ ହେବା ପରେ ଲକଡାଉନ୍ ଆରମ୍ଭ ହୋଇଯାଇଥିଲା ଏବଂ ସବୁକିଛି ବନ୍ଦ ହୋଇଯାଇଥିଲା । 'ପଞ୍ଚାୟତ' ସିଜିନ୍ 2 ପାଇଁ ଲେଖା ଏବଂ ଷ୍ଟୋରୀ ଲାଇନ୍ଅପ୍ ପୂର୍ବରୁ ଚାଲିଛି । ଲକଡାଉନ ପରେ ଏହାକୁ ଅଫିସିଆଲ ଘୋଷଣା କରାଯିବ । କିନ୍ତୁ ହଁ, 'ପଞ୍ଚାୟତ'ର ସିଜିନ୍ 2 ପାଇଁ କାମ ଚାଲିଛି ।

ଚଳିତ ବର୍ଷ ଆରମ୍ଭରେ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ 'ଶୁଭମଙ୍ଗଲ ଜାଦା ସାବଧାନ'ରେ ଜିତେନ୍ଦ୍ରଙ୍କର ଡେବ୍ୟୁ ଏବଂ ଆମାଜନ ପ୍ରାଇମରେ' ପଞ୍ଚାୟତ'ରେ ଦର୍ଶକମାନଙ୍କ ଠାରୁ ବହୁତ ପ୍ରଶଂସା ପାଇଥିଲେ ।

ବର୍ତ୍ତମାନ ଜିତେନ୍ଦ୍ର ତାଙ୍କ ଡିଜିଟାଲ ଚଳଚ୍ଚିତ୍ର 'ଚମନ ବହାର' ରିଲିଜ ପାଇଁ ପ୍ରସ୍ତୁତ ଅଛନ୍ତି ।

ନେଟଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା 'ଚମନ ବହାର' ବିଷୟରେ ଜିତେନ୍ଦ୍ର କହିଛନ୍ତି, ଏହା ଏକ ପାନ ଦୋକାନ ମାଲିକଙ୍କ ଏକତରଫା ପ୍ରେମ କାହାଣୀ ଯିଏ କେବଳ ଦୂରରୁ ଝିଅଙ୍କୁ ଦେଖେ କିନ୍ତୁ ତାଙ୍କ ସହ କଥାବାର୍ତ୍ତା କରିବାକୁ କେବେ ସାହସ କରିପାରେ ନାହିଁ ।

ଜିତେନ୍ଦ୍ର କୁମାର କିଛି ବର୍ଷ ପୂର୍ବେ ୟୁଟ୍ୟୁବର୍ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ ।

ଏହା ଉପରେ ଜିତେନ୍ଦ୍ର କହିଥିଲେ, ମୁଁ କଲେଜ ପରେ ସିଧା ମୁମ୍ବାଇ ଆସିଥିଲି । ମୁଁ ଏଠାରେ ତିନି ମାସ ରହିଲି ଏବଂ ପରେ ବେଙ୍ଗାଲୁରକୁ ଗଲି । 2013 ରେ ମୁମ୍ବାଇରୁ ଫେରିବା ପରେ ମୁଁ ୟୁଟ୍ୟୁବ୍ରୁ କ୍ୟାରିୟର ଆରମ୍ଭ କଲି । ଭବିଷ୍ୟତ ଅପେକ୍ଷା ମୁଁ ବର୍ତ୍ତମାନ ଉପରେ ଧ୍ୟାନ ଦେଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.