ୱାଶିଂଟନ: ହଲିଉଡ ସିଙ୍ଗର କେଟୀ ପେରୀ ଏବେ ଗର୍ଭବତୀ ଅଛନ୍ତି । ଏହାକୁ ନେଇ ସେ ଯେତେ ଖୁସି ଅଛନ୍ତି କ୍ବାରେଣ୍ଟାଇନରେ ଥିବାରୁ ସେତେ ଦୁଃଖିତ ଅଛନ୍ତି । ଏନେଇ ସେ ଲାଇଭ ଷ୍ଟ୍ରିମରେ ଫ୍ୟାନ୍ସଙ୍କୁ କହିଛନ୍ତି ।
ନିକଟରେ ସେ ମଦର୍ସ ଡେରେ ସମସ୍ତ ମାଆଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜେ ଏହି କ୍ଲବରେ ସାମିଲ ହେବାକୁ ଯାଉଥିବାରୁ ଖୁସି ଥିବା କହିଥିଲେ । ତେବେ କ୍ବାରେଣ୍ଟାଇନରେ ରହିବାବେଳେ ସେ ଅତ୍ୟନ୍ତ ନିରାଶ ଓ ଦୁଃଖୀ ଥିବା କହିଛନ୍ତି । ବାହାରକୁ ଯିବା ଅସମ୍ଭବ, ତେଣୁ ସେ ନିଜ କାରରେ ଅଧିକ ସମୟ କାଟୁଥିବା କହିଛନ୍ତି । କାରରେ ବସିଲେ ତାଙ୍କୁ ବାହାରେ ବୁଲିବା ଭଳି ଲାଗୁଛି । ଏହାସହ ଘର ଛଡା କେବଳ ସେ କାର ଯାଏଁ ବାହାରକୁ ଯାଇପାରୁଛନ୍ତି । ତେଣୁ ପେରୀ ତାଙ୍କର ଅଧିକାଂଶ ସମୟ କାରରେ କାଟୁଛନ୍ତି ବୋଲି ଫ୍ୟାନ୍ସଙ୍କୁ କହିଛନ୍ତି ।
କେଟି କହିଛନ୍ତି ଯେ ଅଧିକ ଲୋକଙ୍କ ସହ ବେଶୀ ଦିନ ରହିବା କିମ୍ବା ଏକା ଅଧିକ ଦିନ ରହିବା ସହ ସେ ଅଭ୍ୟସ୍ତ ନୁହନ୍ତି । ସେ ସବୁବେଳେ ବାହାରେ ରହନ୍ତି । ଅଧିକାଂଶ ସମୟ ଲାଇଭ ଟୁରରେ ତାଙ୍କୁ ବାହାରକୁ ଯିବାକୁ ପଡେ । ସେଥିପାଇଁ ଏବେ ତାଙ୍କୁ ଭଲ ଲାଗୁନଥିବା ସେ କହିଛନ୍ତି । ଲାଇଭ ଷ୍ଟ୍ରିମରେ ସେ ଫ୍ୟାନ୍ସଙ୍କ ପାଇଁ ଅନେକ ଗୀତ ଗାଇଥିଲେ ।