ମୁମ୍ବାଇ: ଷ୍ଟାର ଦମ୍ପତି ଗୁରୁମିତ ଚୌଧୁରୀ ଏବଂ ଦେବିନା ବାର୍ନାଜୀ କୋରୋନା ପଜିଟିଭ ବୋଲି ଜଣାପଡିଛି । ବୁଧବାର ଗୁରୁମିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଏହି ଦମ୍ପତି ହୋମ ଆଇସୋଲେସନରେ ଅଛନ୍ତି ।
ଗୁରୁମିତ ଟ୍ବିଟ୍ କରି କହିଛନ୍ତି, ଆଜି ମୋର ଏବଂ ମୋ ପତ୍ନୀ ଦେବିନାଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ଆମେ ହୋମ ଆଇସୋଲେସନରେ ଅଛୁ । ଏଥିସହିତ ଆମେ ସମସ୍ତ ସତର୍କତା ଅବଲମ୍ବନ କରୁଛୁ ।
- " class="align-text-top noRightClick twitterSection" data="
">
ଅଭିନେତା ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ନିକଟରେ ଯେଉଁମାନେ ତାଙ୍କ ସହ କିମ୍ବା ତାଙ୍କ ପତ୍ନୀଙ୍କ ସହ ଯୋଗାଯୋଗରେ ଥିଲେ ସେମାନେ ସମସ୍ତେ ନିଜର ଯତ୍ନ ନେବା ଉଚିତ୍ । ଆପଣ ସମସ୍ତଙ୍କ ସମର୍ଥନ ଏବଂ ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।
ଗୁରୁମିତ ତାଙ୍କ ଚଳଚ୍ଚିତ୍ର ଦ ୱାଇଫର ସୁଟିଂ ଶେଷ କରିବା ପାଇଁ ଜୟପୁର ଯାଇଥିଲେ ।
ଏହି ଖବର ଶୁଣି ଅଭିନେତ୍ରୀ ମୌନୀ ରୟ ଲେଖିଛନ୍ତି, ଉଭୟଙ୍କ ଆରୋଗ୍ୟ କାମନା କରୁଛି ।
ରୋହିତ ରୟ ଲେଖିଛନ୍ତି, "ଉଭୟ ନିଜର ଯତ୍ନ ନିଅ" ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ