ନୂଆଦିଲ୍ଲୀ: ଟେଲିଭିଜନ କୁଇନ ଏକତା କପୁର ସର୍ବଦା ନିଜର ଶୋ’ ଏବଂ ଚଳଚ୍ଚିତ୍ର ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କଦାପି କୌଣସି ଖବର ସାମ୍ମନାକୁ ଆସି ନଥାଏ । କିନ୍ତୁ ବର୍ତ୍ତମାନ କିଛି ସମୟ ଧରି ଅନୁମାନ କରାଯାଉଛି ଯେ ଏକତା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କର ଘନିଷ୍ଠ ବନ୍ଧୁ ତନଭୀର ବୁକୱାଲାଙ୍କୁ ବିବାହ କରିବାକୁ ଯାଉଛନ୍ତି ।
- " class="align-text-top noRightClick twitterSection" data="
">
ଏ ବିଷୟରେ ଏକତାଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
କିନ୍ତୁ ଏହି ସମୟରେ, ଏକତା ତନବୀରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ପ୍ରଶଂସକମାନେ କହୁଛନ୍ତି ଯେ ଏକତା ବିବାହ କରିବାକୁ ଯାଉଛନ୍ତି ।
ତନବୀରଙ୍କ ସହ ଫଟୋ ସେୟାର କରିବାବେଳେ ଏକତା ଏକ ସ୍ପେଶାଲ କ୍ୟାପସନ ମଧ୍ୟ ଲେଖିଛନ୍ତି । ଏକତା ଲେଖିଛନ୍ତି, ଆମେ ଦୁହେଁ ସେଠାରେ ! ମୁଁ ତୁମକୁ ବହୁତ ଶୀଘ୍ର କହିବି । ଏବେ ଏକତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।
ତାଙ୍କ ପୋଷ୍ଟ କେବଳ ସମସ୍ତଙ୍କୁ ଉତ୍ସାହିତ କରୁନାହିଁ ବରଂ ଏହା ଭାବିବାକୁ ବାଧ୍ୟ କରୁଛି ଯେ ଏକତା ତାଙ୍କ ସ୍ବପ୍ନର ମଣିଷକୁ ପାଇଯାଇଛନ୍ତି ।
କେବଳ ଏକତା ଏଭଳି ଫଟୋ ସେୟାର କରିନାହାଁନ୍ତି । ବରଂ ତନବୀର ମଧ୍ୟ ଏକତାଙ୍କ ସହିତ ଅନେକ ଫଟୋ ସେୟାର କରି ଲେଖିଛନ୍ତି, ଏହି ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବାର ସମୟ ଆସିଛି ।
ଯାହାକୁ ନେଇ ଫ୍ୟାନ୍ସ ଆଶା କରୁଛନ୍ତି ଯେ ସେମାନେ ଖୁବ୍ ଶୀଘ୍ର ବଡ ଖୁସି ଖବର ଦେବାକୁ ଯାଉଛନ୍ତି ।