ମୁମ୍ବାଇ: ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା 'ବିଗବସ୍ ଓଟିଟି' ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି । ଏହି ରିଆଲିଟି ସୋରେ ସମସ୍ତଙ୍କୁ ପଛରେ ପକାଇ ସିଜିନ୍ -୧ର ବିଜେତା ହୋଇଛନ୍ତି ଦିବ୍ୟା ଅଗ୍ରଓ୍ବାଲ । ଗତକାଲି (ଶନିବାର) ଏହାର ଗ୍ରାଣ୍ଡଫାଇନାଲ ଶେଷ ହୋଇଛି । ଫାଇନାଲକୁ ୩ ଜଣ ମନୋନୀତ ହୋଇଥିବା ବେଳେ କୋରିଓଗ୍ରାଫର ନିଶାନ୍ତ ଭଟ ଏବଂ ଅଭିନେତ୍ରୀ ଶମିତା ଶେଟ୍ଟୀଙ୍କୁ ପଛରେ ପକାଇ ବିଗବସ୍ ଓଟିଟି'ର ଟ୍ରଫି ହାତେଇନେଇଛନ୍ତି ଦିବ୍ୟା । ସୋ’ର ହୋଷ୍ଟ କରଣ ଜୋହର ବିଜେତାଙ୍କ ନାମ ଘୋଷଣା କରିଥିଲେ । ବିଗବସ ଓଟିଟି ଟ୍ରଫି ସହ ଦିବ୍ୟାଙ୍କୁ ୨୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ନିଶାନ୍ତ ପ୍ରଥମ ଏବଂ ଶମିତା ଦ୍ବିତୀୟ ରନର୍ସ-ଅପ ହୋଇଛନ୍ତି । ବିଜେତାଙ୍କ ନାମ ଘୋଷଣା ହେବା ପରେ ଦିବ୍ୟାଙ୍କୁ 'ବିଗବସ୍ ସିଜିନ ୭' ର ବିଜେତା ଗୌହର ଖାନ୍ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ ।
୬ ସପ୍ତାହ ପୂର୍ବରୁ ବା ଅଗଷ୍ଟ ୮ ତାରିଖରେ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଏହି ରିଆଲିଟି ସୋ ଗତକାଲି ଶେଷ ହୋଇଛି । ବିଗବସ ଓଟିଟିରେ ୧୩ଜଣ ପ୍ରତିଯୋଗୀ ନଜର ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟନ୍ତ ଯିବାର ସୁଯୋଗ ପାଇଥିଲେ । ତେବେ ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ଏହି ସୋ ଆରମ୍ଭ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ସିଜନ୍ ୧ ରୁ ସିଜିନ ୧୪ ପର୍ଯ୍ୟନ୍ତ ସଲମନ ଖାନ ଏହି ସୋର ହୋଷ୍ଟ କରିଥିବା ବେଳେ 'ବିଗବସ୍ ଓଟିଟି'କୁ କରଣ ଜୋହର ହୋଷ୍ଟ କରିଥିଲେ । ତେବେ ଖୁବଶିଘ୍ର ଟିଭି ପରଦାରେ 'ବିଗବସ୍ ୧୫' ଆସିବା ନେଇ ଗତକାଲି କରଣ ଜୋହର ଶୋ ଶେଷରେ କହିଥିଲେ ।
@ANI