ହାଇଦ୍ରାବାଦ: ‘ତାରକା ମେହେତା କା ଉଲଟା ଚଷମା’ର ଫେମ୍ ଦୟାବେନ୍ ଖୁବ ଶୀଘ୍ର ଶୋ'କୁ ଫେରିବେ । ସେ ପୁଣି ବିନା କୌଣସି ରିପ୍ଲେସମେଣ୍ଟରେ, ଶୋ'କୁ ଫେରିବେ ଦୟାବେନ୍ । ଦିଶା ବକାନୀଙ୍କ ଶୋ'କୁ ଫେରିବା ନେଇ ସୂଚନା ଦେଇଛନ୍ତି ପ୍ରଯୋଜକ ଅସିତ୍ କୁମାର ମୋଦି ।
କେବଳ ଗୋଟିଏ ମାସର ଅପେକ୍ଷା ଓ ଫେରିବେ ଦିଶା । ଏଥିପାଇଁ ଫ୍ୟାନ୍ସଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । 2017ରେ କନ୍ୟା ସନ୍ତାନର ଜନନୀ ହେବା ପରେ ଶୋ'କୁ ଅଲବିଦା କହିଥିବା ଦିଶା ଖୁବ ଶୀଘ୍ର ଫେରିବେ ।
ଦୁଇ ବର୍ଷକୁ ଶୋ'ରେ ନଜର ଆସିନଥିଲେ ଦୟା । ଯାହାକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ଧିରେ ଧିରେ ଟିଆରପି କମିବାକୁ ଲାଗିଥିଲା । ତେବେ ଏଯାଏଁ ଦିଶା ବକାନି କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।