ମୁମ୍ବାଇ: ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତରେ ମନୋରଞ୍ଜନ ଜଗତ ଭାଙ୍ଗି ପଡିଛି । ସେ ନିଜ ଦମଦାର ଡାନ୍ସ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିଥିଲେ । ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧଞ୍ଜଳୀ ଦେବାରେ ଲାଗିଛନ୍ତି । ସରୋଜ କେବଳ ଫିଲ୍ମ ନୁହେଁ ଟିଭିରେ ମଧ୍ୟ ନିଜ ଡାନ୍ସର ଯାଦୁ ଦେଖାଇଥିଲେ । ସେ ପପୁଲାର ଟିଭି ସିରିୟଲ ‘ତାରକ ମେହତା କା ଉଲଟା ଚଷମା’ରେ ନଜର ଆସିଥିଲେ ।
ତାଙ୍କ ନିଧନରେ ‘ତାରକ ମେହତା କା ଉଲଟା ଚଷମା’ର ପୁରା ଟିମ ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
ପ୍ରକାଶ ଥାଉକି 2012କେ ସରୋଜ ପ୍ରସାରିତ ହୋଇଥିବା ଏକ ଏପିସୋଡରେ ଦେଖାଯାଇଥିଲେ । ଯେଉଁଥିରେ ସେ ଗୋକୁଲଧାମ ସୋସାଇଟିର ଡାନ୍ସ ପ୍ରତିଯୋଗିତାରେ ଜଜ ଭୂମିକାରେ ଅଭିନୟ କରିଥିଲେ । ସେହି ସମୟରେ ସିରିୟଲର ମୁଖ୍ୟ ଅଭିନେତ୍ରୀ ଦିଶା ବକାନୀ ଓ ଦୀଲିପ ଯୋଶୀ ‘ଜୁଲି ଜୁଲି’ ଗୀତରେ ପରଫର୍ମ କରିଥିଲେ । ଯାହାର ପ୍ରଶଂସା କରିଥିଲେ ସରୋଜ ।