ETV Bharat / sitara

ବିବାଦ ଘେରରେ ଟିକଟକ ଆକ୍ଟର ଫେଜୁ

ବିବାଦପୂର୍ଣ୍ଣ ଭିଡିଓ ସେୟାର କରି ଫଶିଲେ ଟିକଟକ ଆକ୍ଟର ଫେଜୁ । ନିକଟରେ ମବ ଲିଚିଂଙ୍କୁ ପ୍ରସଙ୍ଗ କରି ସେୟାର କରିଥିଲେ ଏକ ଆପତ୍ତିଜନକ ଭିଡିଓ ।

author img

By

Published : Jul 10, 2019, 12:42 PM IST

ଡିଜାଇନ ଫଟୋ

ମୁମ୍ବାଇ: ଏବେ ପୁରା ଦେଶରେ ଟିକଟକ ଆପର ଖୁବ୍ ବ୍ୟବହାର ଚାଲିଛି । ଜନସାଧାରଣ ଏହି ଆପକୁ ବ୍ୟବହାର କରି ରାତାରାତି ଫେମସ ହେବାରେ ମଧ୍ୟ ଲାଗିଛନ୍ତି । ଟିକଟକ ଭିଡିଓ ମନୋରଞ୍ଜନ ସହ ଲୋକଙ୍କ ପାଇଁ ସମସ୍ୟାର କାରଣ ମଧ୍ୟ ସାଜୁଛି । ଏବେ ସାମ୍ନାକୁ ଆସିଛି ଏହିପରି କିଛି ବିବାଦୀୟ ଭିଡିଓ, ଯାହା ଉପରେ କ୍ରୋଧ ପ୍ରକାଶ କରିଛି ବଲିଉଡ ।

ଏହି ଟିକଟକ କଳାକାରଙ୍କ ତାଲିକାରେ ସବୁଠାରୁ ଫେମସ ନାମ ହେଲା ଫେଜୁ । ଟିକଟକ ଆପରେ ତାଙ୍କର ଅଧିକରୁ ଅଧିକ ଭିଡିଓ ଦେଖିବାକୁ ମିଳୁଛି । ଆଉ ତାଙ୍କ ଫ୍ୟାନ୍ସ ଫଲୋଇଂ ମଧ୍ୟ କୌଣସି ବଲିଉଡ ଷ୍ଟାର୍ସଙ୍କ ଠାରୁ କମ ନୁହେଁ । କିନ୍ତୁ ତାଙ୍କର ଗୋଟିଏ ଭିଡିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ଦ୍ବାରା ଟିକଟକରେ ସେୟାର ହୋଇଥିବା ଗୋଟିଏ ଆପତ୍ତିଜନକ ଭିଡିଓ ପରେ ବଲିଉଡ ମଧ୍ୟ ଏହି ସୋସିଆଲ ମିଡିଆ ଷ୍ଟାର୍ସଙ୍କ ଉପରେ ନାରାଜ ହୋଇଛି ।

ଏଫଟିଆଇର ଏକ୍ସ ଚେୟାରମ୍ୟାନ ରହିସାରିଥିବା ଗଜେନ୍ଦ୍ର ଚୌହାନଙ୍କ ଅନୁଯାୟୀ ଏପରି ଲୋକଙ୍କ ପ୍ରୋଫାଇଲ ତୁରନ୍ତ ଡିଲିଟ କରିଦେବା କଥା । ସରକାରଙ୍କୁ କଡାରୁ କଡା ଦଣ୍ଡ ବିଧାନ ତିଆରି କରିବା ଦରକାର । କାରଣ ଯେପରି ସୋସିଆଲ ମିଡିଆ ପ୍ଲାଟଫର୍ମର ଭୁଲ ବ୍ୟବହାର କରି ଯୁବ ପିଢ ସମାଜକୁ ଭ୍ରମିତ ମେସେଜ ପଠାଇବାର କାମ କରୁଛନ୍ତି । ଏହିମାନଙ୍କ ଉପରେ କଡାରୁ କଡା କାର୍ଯ୍ୟାନୁଷ୍ଠାନ କରାଗଲେ ବାକି ଲୋକଙ୍କ ପାଖକୁ ଏହି ମେସେଜ ଯିବ କି ସେ ଭବିଷ୍ୟତରେ କୌଣସି ଧର୍ମ, ସମାଜ, ସମୁଦାୟର ଏପରି ଆପତ୍ତିଜନକ କଣ୍ଟେଣ୍ଟ ତିଆରି କରିବେ ନାହିଁ ।

ଅନ୍ୟପଟେ ବର୍ତ୍ତମାନର ଏଫଟିଆଇ ଚେୟାର ପର୍ସନ ଅଶୋକ ପଣ୍ଡିତ କହିଛନ୍ତି କି ଏପରି ପୁଅମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା । ଏହି ଭିଡିଓ ଜରିଆରେ ସେମାନଙ୍କ ବିକୃତ ଚିନ୍ତାଧାରା ବିଷୟରେ ଜଣାପଡୁଛି । ଦେଶରେ ଆତଙ୍କବାଦୀ ଗିତିବିଧିକୁ ବଢାଇବା, ଲୋକଙ୍କ ପାଖରେ ଏହି ସନ୍ଦେଶ କମ୍ୟୁନିକେଟ କରୁଛନ୍ତି । ଏମିତିରେ ତାଙ୍କୁ ସହଜରେ ଛଡାଯିବା କଥା ନୁହେଁ ।

ପ୍ରକାଶ ଥାଉକି ଏହି ଟିକଟକ ଭିଡିଓ ପାଇଁ ଓଡ଼ିଶାର କିଛି ନର୍ସଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ସେପଟେ ମୁମ୍ବାଇର କିଛି ଯୁବକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ରୁଜୁ ହୋଇଛି ।

ଆକ୍ଟର07 ନାମକ ଟିକ ଟକ ଆକାଉଣ୍ଟରୁ ନିକଟରେ ଏକ ଭିଡିଓ ସେୟାର ହୋଇଥିଲା । ଏହି ଭିଡିଓରେ ଝାଡଖଣ୍ଡରେ ମବ ଲିଚିଂ ଶିକାର ତବରେଜ ଅଂସାରୀଙ୍କ ମୃତ୍ୟୁକୁ ପ୍ରସଙ୍ଗ କରି ଘୃଣାସ୍ପଦ ଭିଡିଓ ସେୟାର କରାଯାଇଥିଲା । ପରେ ଫେଜୁ ଇନଷ୍ଟାଗ୍ରାମରେ ନିଜ ଭୁଲର କ୍ଷମା ପ୍ରାର୍ଥନା କରିଛନ୍ତି ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.