ହାଇଦ୍ରାବାଦ: ଆରମ୍ଭ ହେଇଛି ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ସପ୍ତମ ସିଜିନ । ଏହାକୁ ହୋଷ୍ଟ କରିଛନ୍ତି ସୁପର ଚାର୍ମିଙ୍ଗ କରନ ୱାହି । ଗ୍ରାଣ୍ଡ ପ୍ରିମିୟମରେ ପ୍ରାୟ 16 ଜଣ ପ୍ରତିଯୋଗୀ ଚୟନ ହୋଇସାରିଛନ୍ତି । ଶୋ'ରେ କରନ ୱାହିଙ୍କ ଶ୍ଟଟନିଂ ଲୁକ ଦେଖିବାକୁ ମିଳିଛି ।
କରନ ତାଙ୍କ ଟେଲିଭିଜନ ଡେବ୍ୟୁ 2004ରେ କରିଥିଲେ । ଏହାପରେ ସେ କେବେ ପଛକୁ ଚାହିଁ ଦେଖିନଥିଲେ । ସେ ଅନେକ ଶୋ'କୁ ହୋଷ୍ଟ କରିଛନ୍ତି । ଡ୍ୟାନ୍ସ ଇଣ୍ଡିଆ ଡ୍ୟାସ ସୁପର ମମର ମଧ୍ୟ ଦ୍ବିତୀୟ ସିଜିନ ସେ ହୋଷ୍ଟ କରିିଥିଲେ ।
![karan wahi](https://etvbharatimages.akamaized.net/etvbharat/prod-images/mh-mum-ent-karan-wahi-hosts-did-mhc10001_29062019011229_2906f_1561750949_358.jpeg)
ଏନେଇ କରନ ତାଙ୍କ ଖୁସି ବ୍ୟକ୍ତ କରି କହିଥିଲେ, ‘ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଏକ ବଡ ପ୍ଲାଟଫର୍ମ । ତେଣୁ ଏଠାରେ ହୋଷ୍ଟ କରିବା ମୋ ପାଇଁ ଗର୍ବର ବିଷୟ’ । ତେବେ ପ୍ରକାଶଥାଉକି, ଏଥରକ ଡିଆଇଡିରେ ପ୍ରଥମ କରି ଜଜ କରୁଛନ୍ତି ବଲିଉଡ ବେବୋ କରିନା କପୁର । ଏଥରକ ଶୋ'ରେ ନାଚର ଜବରଦସ୍ତ ପରିବେଷଣ ଦେଖିବାକୁ ମିଳିଛି ।